www.samajalive.in
Thursday, December 11, 2025
18.1 C
Bhubaneswar

ବେଗୁନିଆ ବ୍ଲକରେ ୧୦୮ ପଜିଟିଭ, ସିକୋ ଗ୍ରାମକୁ ସଟଡାଉନ ପାଇଁ ସରପଞ୍ଚଙ୍କ ସୁପାରିଶ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଚନ୍ଦ୍ରଶେଖରପୁର ଗ୍ରାମର ମୁସଲମାନ ସାହିରେ ୫ ଜଣ ଏବଂ ବେତରଜଙ୍ଗରେ ଜଣେ ପଜିଟିଭ ଚି଼ହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି l ବେତରଜଙ୍ଗ ଗ୍ରାମର ସମ୍ପୃକ୍ତ ବ୍ୟକ୍ତି ବଡମ୍ବା ନରସିଂହପୁରରେ ଚାକିରୀ କରିଥିବାବେଳେ ସେ ସେଠାରେ ସ୍ୱାବ ପରୀକ୍ଷା କରି ପଜିଟିଭ ଚି଼ହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛିl ସିକୋ ଗ୍ରାମର ୫ଜଣ ବ୍ୟକ୍ତି ହୋମ ଆଇସୋଲେସନରେ ରହି ଚଳିତ ମାସ ୪ ତାରିଖରେ ସ୍ୱାବ ପରୀକ୍ଷା କରିଥିଲେ l ଗତ କାଲି ରାତିରେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଆଜି ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛି l

ବେଗୁନିଆ ବ୍ଲକରେ ପଜିଟିଭ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଡିଙ୍ଗର ଗ୍ରାମର ଜଣେ ବୃଦ୍ଧ ଏମସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ପରେ ପଜିଟିଭ ଥିବାର ଜଣାପଡିଥିଲାl ସିକୋ ଗ୍ରାମକୁ ରବିବାର ସନ୍ଧ୍ୟା ୬ଟାରୁ ବୁଧବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୭୨ ଘଣ୍ଟା ସଟଡାଉନ ଘୋଷଣା କରିବା ପାଇଁ ସରପଞ୍ଚ ସୁରେଶ କୁମାର ସାହୁ ଉପଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି l

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories