www.samajalive.in
Wednesday, December 10, 2025
18.1 C
Bhubaneswar

ସବୁଜ ମହାନଦୀ ଯୋଜନା; ମହାପର୍ବତ ପାଦ ଦେଶ ବନୀକରଣରେ ବ୍ୟାପକ ଚାରା ରୋପଣ

ବାଙ୍କୀ: ସବୁଜବନାନୀ ସୃଷ୍ଟି କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆର୍ଥିକ ସହାୟତାରେ ସବୁଜ ମହାନଦୀ ଯୋଜନାରେ ବ୍ୟାପକ ଚାରା ରୋପଣ କରାଯିବା ସହିତ ଜନସାଧାରଣ ମାନେ ବାଡି ବଗିଚାରେ ଚାରା ରୋପଣ ପାଇଁ ଖୋର୍ଦ୍ଧା ଓ ଡମପଡା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରୟାସ ତ୍ୱରାନ୍ୱିତ ହୋଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ଅନ୍ତର୍ଗତ ବହୁ ପ୍ରାଚୀନ ମହାପର୍ବତ ପାଦଦେଶ ଦୀର୍ଘ ଦିନ ଧରି ଟାଙ୍ଗରା ଭୂମିରେ ପଡ଼ି ରହିଥିଲା। ପରିବେଶ ଓ ଜଙ୍ଗଲ ବିଭାଗର ଭୈାଗଳିକ ସୀମା ଭିତରେ ମହାପର୍ବତ ପ୍ରାୟ ୨୦୦ ହେକ୍ଟର ଅଞ୍ଚଳରେ ଅବସ୍ଥିତ। ଚର୍ତୁପାର୍ଶ୍ବରେ କିଛି ସବୁଜିମା ଥିଲେ ମଧ୍ୟ ବ୍ୟାପକ ଅଞ୍ଚଳରେ ବୃକ୍ଷରୋପଣ ହୋଇପାରିଲେ ମହାପର୍ବତର ସବୁଜିମା ବୃଦ୍ଧି ଓ ପ୍ରାକୃତିକ ପରିବେଶର ଏକ ଗନ୍ତାଘର ପାଲଟିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ଅନୁଷ୍ଠାନ, ପ୍ରକୃତି ଓ ପରିବେଶ ପ୍ରେମୀ ମାନେ ଦାବି କରି ଆସୁଥିଲେ। ଏବେ ବାଙ୍କୀ ବନାଞ୍ଚଳ ପକ୍ଷରୁ ସବୁଜ ମହାନଦୀ ଯୋଜନାରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପ୍ରାୟ ୧୬ହଜାର ଚାରା ରୋପଣ କାର୍ଯ୍ୟ ଶେଷ ହୋଇଥିବା ବନାଞ୍ଚଳ ଅଧିକାରୀ ଉତ୍ତମଗଡନାୟକଙ୍କ ଠାରୁ ସୂଚନା ମିଳିଛି।

ମହାପର୍ବତ ପାଦଦେଶରେ ଏବେ ଶାଳ,ପିଆଶାଳ,କରଞ୍ଜ ଚାରା ସହିତ ଔଷଧୀୟ ବୃକ୍ଷ ଭାବରେ ହରିଡା, ବାହାଡା,ଅଁଳା ଓ ନିମ୍ବ ଗଛ ଚାରା ରୋପଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି ଟାଙ୍ଗରା ପାହାଡ ସବୁଜ ସବୁଜିମାରେ ପରିଣତ ପାଇଁ ବୃକ୍ଷ ଗୁଡିକର ସୁରକ୍ଷା ଓ ଯତ୍ନ ପାଇଁ ଜନସାଧାରଣ ମାନେ ସହଯୋଗ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ କୋଭିଡ-୧୯ ମୁକାବିଲା ପାଇଁ ଲକ୍‍ଡାଉନର ପ୍ରଭାବ ଏବଂ ଶ୍ରମଜୀବି ମାନେ ମଜୁରୀ ହରାଇଥିଲା ବେଳେ ଦୀର୍ଘ ଏକ ମାସରୁ ଅଧିକ କାଳ ଧରି ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକଙ୍କୁ ବନୀକରଣ କାର୍ଯ୍ୟରେ ଶ୍ରମିକ ଭାବରେ ନିୟୋଜନ କରାଯାଇଛି। ମହାପର୍ବତ ପାଦଦେଶକୁ ସବୁଜ ବନୀକରଣରେ ସଜେଇବା ପାଇଁ ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ସ୍ଥାନୀୟ ଫରେଷ୍ଟର ପ୍ରିୟଦର୍ଶିନୀ ସେଠୀ ଚାରା ରୋପଣ କାର୍ଯ୍ୟକୁ ଦୃଷ୍ଟି ଦେଉଥିଲା ବେଳେ ଗୁରୁବାର ଦିନ ଖୋର୍ଦ୍ଧା ସହକାରୀ ବନ ସଂରକ୍ଷକ ଗୈାରୀଗୋପାଳ ସି କ୍ଷେତ୍ର ପରିଦର୍ଶନ କରି ମହାପର୍ବତ ପାଦଦେଶରେ ଥିବା ୨୦୦ ହେକ୍ଟର ଅଞ୍ଚଳରୁ ୧୦ ହେକ୍ଟର ପତିତ ଅଞ୍ଚଳରେ ଚାରା ରୋପଣ କରାଯାଇ ସବୁଜ ସବୁଜିମା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ମହାପର୍ବତ ପାଦଦେଶରେ ସ୍ଥାନୀୟ ଢଁସର ସବୁଜ ବାହିନୀ ପକ୍ଷରୁ ବରଗଛ ଚାରା ରୋପଣ କରାଯାଇ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉଥିଲା ବେଳେ ସରକାରୀ ବନୀକରଣ ଯୋଜନାର ସଫଳତା ପାଇଁ ଅଞ୍ଚଳବାସୀ ସୁରକ୍ଷା ଓ ସହଯୋଗର ହାତ ବଢାଇଲେ ଟାଙ୍ଗରା ମହାପର୍ବତ ପାଦଦେଶ ଏକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ମାନ ବହନ କରିବ ବୋଲି ସ୍ଥାନୀୟ ପ୍ରକୃତି ଓ ପରିବେଶ ପ୍ରେମୀ ମାନେ ଆଶା ରଖିଛନ୍ତି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories