www.samajalive.in
Wednesday, December 10, 2025
18.1 C
Bhubaneswar

‘ସମାଜ’ ପ୍ରଭାବ, ଅସହାୟ ମା’ ପୁଅଙ୍କ ପାଖରେ ପଂହଚିଲେ ବିଡିଓ

ହରଭଙ୍ଗା: କୋରୋନା ଭଳି ମହାମାରୀକୁ ପଛରେ ପକାଇ ପେଟ ଚାଖଣ୍ଡକ ପାଇଁ ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ବଜାରରେ ଭେଟ୍‍ଲି ଭୋକ୍ତା ଭଳି ଜଣେ ଅସହାୟ ମାଆ ନିଜ ଦେଢ ବର୍ଷର ପୁତ୍ରକୁ ଧରି ମାଗିଯାଚି ପର ପିଣ୍ଡାରେ ରାତି କାଟୁଥିବା ଶୀର୍ଷକ ଖବର ବହୁଳ ପ୍ରସାରିତ ଦୈନିକ ସମ୍ବାଦପତ୍ର ‘ସମାଜ’ରେ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ବିଡିଓ ନୀଳକଣ୍ଠ ବେହେରା ଗୁରୁବାର ସଂନ୍ଧ୍ୟାରେ ଭେଟଲିଙ୍କ ନିକଟରେ ପଂହଚି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଅସହାୟ ମହିଳାଙ୍କ ବାପଘର ଧଳପୁର ପଞ୍ଚାୟତ କଙ୍କଲା ହୋଇଥିବାବେଳେ ତାଙ୍କର ବାପା ମା’ କେହି ନଥିବାରୁ ସେ ନିଜ କାକାଙ୍କ ଘରେ ଆଶ୍ରୟ ନେଉଥିବା ବିଡିଓ ଜାଣିବାକୁ ପାଇଥିଲେ।

ସେ କନ୍ଧମାଳ ଜିଲ୍ଲାରେ ବିବାହ କରିଥିଲେ ମାତ୍ର ଶଶୁର ଘର ଲୋକ ତଡି ଦେବାରୁ ସେ ଏଭଳି ଅବସ୍ଥାରେ ରହୁଥିବା ବିଡିଓ ଜାଣିବାକୁ ପାଇଛନ୍ତି। ସମସ୍ତ ଘଟଣାର ତଦନ୍ତ ପରେ ଆଗ୍ରାଧିକାର ଭିତିରେ ତାଙ୍କୁ ଚାଉଳ ଓ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

- Advertisement -

ସୂଚନା ଥାଉକି ଏଭଳି ଏକ ଅନୁସନ୍ଧାନମୂଳକ ଖବର ପ୍ରଥମେ ‘ସମାଜ’ରେ ପ୍ରକାଶ ପାଇବା ପରେ ବୌଦ୍ଧର ଜଣେ ସଚେତନ ନାଗରିକ ଚିତରଞ୍ଜନ ସାହୁ ଅଭିନେତା ସୋନୁ ସୁଦଙ୍କୁ ଟ୍ୱିଟକରି ଦୁଇ ମା’ ପୁଅକୁ ସାହାଯ୍ୟ ଭିକ୍ଷା କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଳମ୍ବରେ ହେଉ ପଛେ ଭେଟଲିଙ୍କୁ ସହାୟତାର ହାତ ବଢାଇ ବୌଦ୍ଧ ସ୍ଵଧାର ଗୃହରେ ମା’ ପୁଅକୁ ଥଇଥାନ କରାଯାଇଥିବା ଜଣାପଡ଼ିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories