www.samajalive.in
Monday, December 8, 2025
27.1 C
Bhubaneswar

ଗତ ୧୦ ଦିନରେ ଭୁବନେଶ୍ବରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥହାର ୬୩ ପ୍ରତିଶତ

ଭୁବନେଶ୍ବର: କରୋନା ଭୂତାଣୁ ସହ ଲଢ଼େଇ କରୁଛି ଭୁବନେଶ୍ୱର । କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ୧୦ ଦିନରେ ଭୁବନେଶ୍ବରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଇ ଦିଆଯାଇଛି। ଫଳରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବରରେ ସୁସ୍ଥହାର ୬୩ ପ୍ରତିଶତ ରହିଛି। ଅପରପକ୍ଷରେ ଭୁବନେଶ୍ବରରେ କୋଭିଡ୍‌ ନିୟମ କେତେକ ଲୋକ ମାନୁ ନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି ଓ ସମାଜିକ ଦୂରତ ନିୟମ ପାଳନ କରୁନାହାନ୍ତି। କେତେକ ସ୍ଥାନରେ ଲୋକେ କୋଭିଡ୍‌ ଟେଷ୍ଟ କରିବାକୁ ଆସୁନାହାନ୍ତି। ଏହାଦ୍ବାରା ବିଏମ୍‌ସିକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଆଗକୁ ଆସନ୍ତୁ କରୋନା ଟେଷ୍ଟ କରାନ୍ତୁ, ଏଥିରେ କୌଣସି ଅସୁବିଧା ନାହିଁ। କରୋନା ଆକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବା ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ପ୍ରକାଶ କରିଛନ୍ତି। ଭୁବନେଶ୍ବରର କରୋନା ସ୍ଥିତି ନେଇ ସୂଚନା ଦେଲେ ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ ସଂକ୍ରମଣ ରୋକିବାକୁ ସହରର ୱାର୍ଡରୁ ୱାର୍ଡ ବୁଲିବୁଲି ତଦାରଖ କରୁଛନ୍ତି ସଚେତକ ସ୍ୱେଚ୍ଛାସେବକ। ସେମାନଙ୍କ ସେବା ପାଇଁ ତାଙ୍କୁ ସହଯୋଗ କରିବା। ତେବେ ଅଯଥା ବାହାରକୁ ବାହାରନ୍ତୁ ନାହିଁ କିମ୍ବା ଗହଳି କରନ୍ତୁ ନାହିଁ। ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି ଯେଭଳି ବାହାରକୁ ଯିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆମେ ସମସ୍ତେ ସଚେତନ ହୋଇପାରିଲେ କରୋନାଠୁ ଦୂରରେ ରହିପାରିବା। ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହିତ ସାମାଜିକ ନିୟମ ପାଳନ କରିବା ପାଇଁ ବୋଲି ବିଏମସି କମିଶନର ଆହ୍ବାନ ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories