www.samajalive.in
Sunday, December 7, 2025
18.1 C
Bhubaneswar

ସଂରକ୍ଷିତ ଜଙ୍ଗଲ ସୁରକ୍ଷା ପାଇଁ ରେଞ୍ଜରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଟିଟିଲାଗଡ଼: ଟିଟିଲାଗଡ ବନାଞ୍ଚଳ ତଥା ବେଲଗାଁ ଫରେଷ୍ଟ ବିଟ ଅନ୍ତର୍ଗତ ଶିଶକେଲା ସଂରକ୍ଷିତ ଜଙ୍ଗଲ ସୁରକ୍ଷା ପାଇଁ ଶିଶକେଲା ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ ଟିଟିଲାଗଡ ଉପଜିଲାପାଳ ଏବଂ ବନ ବିଭାଗ ରେଞ୍ଜରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି କିଛି ଲୋକ ନିୟମିତ ଭାବରେ ସଂରକ୍ଷିତ ଜଙ୍ଗଲ କାଟି ପଦା କରିବା ସହ ଘର ତିଆରି କରିବା ପାଇଁ ଉଦ୍ୟମରତ ଅଛନ୍ତି। ଅନେକ ଲୋକ ଘର ତିଆରି କରିସାରିଥିବା ବେଳେ ଜବରଦଖଲ ଲଗାତାର ଜାରି ରହିଛି। ଗ୍ରାମରେ ଥିବା ଗୋଚର ଏବଂ ପତିତ ଜମି ମଧ୍ୟ ସତ୍ତା ହରାଇବାକୁ ବସିଛି। ଏନେଇ ରାଜସ୍ୱ ତଥା ବନବିଭାଗ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ୧୦୦ ହେକ୍ଟର ଶିଶକେଲା ସଂରକ୍ଷିତ ଜଙ୍ଗଲ କ୍ରମଶଃ ନଷ୍ଟ ହେବାକୁ ବସିଛି।

ଏ ସମ୍ପର୍କରେ ତୁରନ୍ତ ତଦନ୍ତ ସହ ପ୍ରଶାସନ ତଥା ବନ ବିଭାଗ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଶିଶକେଲା ସରପଞ୍ଚ ଉମାକାନ୍ତ ରଣା, ଗଉଁତିଆ ହାତିରାମ ମାଝୀ, ଅଖିଲେଶ୍ୱର ରଣା, ହରେକୃଷ୍ଣ ରଣା, ପାଣ୍ଡବ ରଣା, ଭାଗରଥି ରଣା, ଜୟସିଂ ରଣା, ଧନଞ୍ଜୟ ରଣା, ଶଚିକାନ୍ତ ସାହୁ ବିପିନ ବେହେରା, ପବିତ୍ର ସାହୁ, ଅଖଣ୍ଡ ରଣା, ବଳ ରଣା, ରୋହିତ ରଣା, ଗିରିଧାରୀ ମାଝୀ ତଥା ଗ୍ରାମର ଜଗଦମ୍ବା, ମା ସାରଳା, ରାମଜୀ, ପଲ୍ଲିଶ୍ରୀ ଏବଂ ଗ୍ରାମ୍ୟ ମହିଳା କୃଷି କମିଟି ପ୍ରମୁଖ ସ୍ୱୟଂ ସହାୟିକ ଗୋଷ୍ଠି ସଦସ୍ୟା ଦାବି କରିଛନ୍ତି। କରୋନା କଟକଣା ନେଇ ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ପାଇଁ ନିଷେଧ ରହିଥିବାରୁ ଗ୍ରାମବାସୀ ଅଭିଯୋଗ ପାଇଁ ପ୍ରଶାସନ ଦ୍ୱାରା ସୁଚିତ ହ୍ୱାଟ୍ସଆପ ନମ୍ବରରେ ଉପଜିଲାପାଳଙ୍କୁ ଦରଖାସ୍ତ ପଠାଇଥିବା ଜଣାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories