ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମରେ ଥିବା ସେଭେନ ଡାଏମଣ୍ଡ ୱାର୍ଲଡ଼ ୟେଲଫେୟାର ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କର ଶ୍ରମ ଆଇନ ଓ ମହିଳାମାନଙ୍କ ପାଇଁ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କର ମାନବ ସୁରକ୍ଷା କମିଶନଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ଚିତ୍ତରଞ୍ଜନ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକିଲ ମିହିର ରଞ୍ଜନ ସାହୁ ମୁଖ୍ୟ ଅତିଥି ଏବଂ ଦେଉଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ରଣବିଜୁଳି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ସହିତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
Popular Categories



