www.samajalive.in
Sunday, December 14, 2025
26.1 C
Bhubaneswar

ସକାଳୁ ଉଠି ଭୂମିରେ ପାଦ ରଖିବା ପୂର୍ବରୁ କରନ୍ତୁ ଏହି କାମ ; ଦିନ ଭଲରେ କଟିବା ସହ ରହିବେ ସୁସ୍ଥ

ସାଧରଣତଃ କୁହାଯାଏ ସକାଳର ଆରମ୍ଭ ଯେପରି ହୁଏ ସେହି ଅନୁସାରେ ସାରା ଦିନ ବିତିଥାଏ। ତେଣୁ ସକାଳର ଆରମ୍ଭ ଭଲ ହେଲେ ଦିନ ଭଲରେ କଟେ ଓ ଆରମ୍ଭ ଖରାପ ହେଲେ ଦିନ ଖରାପ ହୋଇଯାଏ। ଶାସ୍ତ୍ର ଅନୁସାରେ, ସକାଳେ ଉଠି ଚଟାଣରେ ପାଦ ରଖିବା ପୂର୍ବରୁ ଏପରି କିଛି କାମ କରିବା ଉଚିତ୍, ଯାହା ଦ୍ବାରା ଆପଣ ସର୍ବଦା ସୁସ୍ଥ ରହିବା ସହ ଦିନ ମଧ୍ୟ ଭଲରେ କଟିବ। ତେବେ ଚାଲନ୍ତୁ ଜାଣିବା ସକାଳେ ଚଟାଣରେ ପାଦ ରଖିବା ପୂର୍ବରୁ କେଉଁ କାମ କରିବା ଆବଶ୍ୟକ –

-ସକାଳୁ ଉଠି ଚଟାଣରେ ପାଦ ରଖିବା ପୂର୍ବରୁ ଧରିତ୍ରୀ ମାତାଠୁ ଆମକୁ କ୍ଷମା ମାଗିବା ଆବଶ୍ୟକ। କାରଣ ଭୂମିକୁ ଦେବୀ ମାଆ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆମେ ଯେତେବେଳେ ପୃଥିବୀ ମାତାଙ୍କ ଉପରେ ପାଦ ରଖିଥାଉ ସେତେବେଳେ ଆମ ଉପରେ ଅନେକ ଦୋଷ ଲାଗିଥାଏ। ଏହି ଦୋଷକୁ ଦୂର କରିବା ପାଇଁ ଭୂମିକୁ କ୍ଷମା ମାଗିବା ଜରୁରୀ।

- Advertisement -

-ସକାଳୁ ଉଠି ସଙ୍ଗେସଙ୍ଗେ ତଳେ ପାଦ ରଖିବା ଦ୍ବାରା ସ୍ବାସ୍ଥ୍ୟରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଉଠିଲେ ସିଧା ତଳେ ପାଦ ରଖିବା ଅନୁଚିତ୍ କାରଣ ଯେତେବେଳେ ଆମେ ଶୋଇଥାଉ ସେତେବେଳେ ଆମ ଗୋଡ଼କୁ ଚାଦର କିମ୍ବା କମ୍ବଳରେ ଘୋଡ଼ାଇଥାଉ। ଯାହା ଦ୍ବାରା ଶରୀରର ଉଷ୍ମତା ଅଧିକ ଥାଏ ଓ ପାଦ ମଧ୍ୟ ଗରମ ହୋଇଯାଇଥାଏ। ଏପରି ପରିସ୍ଥିତିରେ ସକାଳେ ଗରମ ପାଦ ଏକଦମ୍ ଥଣ୍ଡା ଚଟାଣରେ ରଖିବା ଦ୍ବାରା ଆମ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼ିଥାଏ। ଆମର ଥଣ୍ଡା କାଶ ଭଳି ସମସ୍ୟା ଲାଗି ରହିଥାଏ। ଏଥିପାଇଁ ସକାଳେ ଉଠିବା ପରେ କିଛି ସମୟ ଶଯ୍ୟା ଉପରେ ବସନ୍ତୁ ଯାହା ଦ୍ବାରା ଆପଣଙ୍କ ଶରୀରର ତାପମାତ୍ରା ସାମାନ୍ୟ ହେବ। ଏହାପରେ ଭୂମିରେ ପାଦ ରଖନ୍ତୁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories