ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିବାହ ଉତ୍ସବ ଚାଲିଥିବାବେଳେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ସଂଖ୍ୟକ ଅତିଥି ଆହତ ହୋଇଛନ୍ତି। ଚାରି ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଏବି ରୋଡରେ ଥିବା ଏକ ଗାର୍ଡେନରେ ଗୁନା ନିବାସୀ ପ୍ରମୋଦ କୁମାର ଅଗ୍ରୱାଲଙ୍କ ଝିଅ ପ୍ରିୟଙ୍କାଙ୍କ ବିବାହ ଉତ୍ସବ ଚାଲିଥିଲା। ବର ଏବଂ କନ୍ୟା ପକ୍ଷରୁ ଅନେକ ଅତିଥି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ହଠାତ୍ କିଛି ମହୁମାଛି ଅତିଥି ମାନଙ୍କ ଉପରେ ଆକ୍ରମଣ କରିଥିଲେ। କିଛି ଲୋକ ଜୀବନ ବଞ୍ଚାଇବା ଲାଗି ଏଣେତେଣେ ଦୌଡିଥିଲେ ତ ଆଉ କିଛି ଲୋକ ତଳେ ପଡିରହିଥିଲେ। ମହିମାଛି ମାନେ ପ୍ରାୟ ଏକ ଘଣ୍ଟା ଧରି ଆତଙ୍କ ରଚାଇଥିଲେ। ପ୍ରାୟ ୨୦ରୁ ଅଧିକ ସଂଖ୍ୟକ ଅତିଥି ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବାରେ ଲାଗିଛି।
Popular Categories



