www.samajalive.in
Saturday, December 6, 2025
26.1 C
Bhubaneswar

ଆସୁଛି ବର୍ଷା! କମିବ ତାପମାତ୍ରା,ଘନ କୁହୁଡି ସମ୍ଭାବନା..

ନୂଆଦିଲ୍ଲୀ : ଫେବ୍ରୁଆରୀ ମାସର ୨ୟ ସପ୍ତାହରୁ ହିଁ ଦେଶର ଅଧିକାଂଶ ସ୍ଥାନରୁ ଥଣ୍ଡାର ପ୍ରକୋପ କମିଗଲାଣି। ଏହା ମଧ୍ୟରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପାଶ୍ଚାତ୍ୟ ବିଶୃଙ୍ଖଳା କାରଣରୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଆଗାମୀ ଦିନରେ ତାପମାତ୍ରା ହ୍ରାସ ହେବ । ହିମାଚଳ ପ୍ରଦେଶରେ ବରଫପାତ ସହ ପାହାଡରେ ବରଫପାତ ପରେ ଉତ୍ତର ଭାରତରେ ପୁଣି ଥରେ ଥଣ୍ଡା ପବନ ବହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ ଫେବ୍ରୁଆରୀରୁ ୨୧ ଫେବ୍ରୁଆରୀ ମଧ୍ୟରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଏହାପରେ ୨୨ ଫେବ୍ରୁଆରୀରୁ ପାଗରେ ପରିବର୍ତ୍ତନ ସହ ତାପମାତ୍ରା ବୃଦ୍ଧି ପାଇବ। ଏହି ସପ୍ତାହ ଯାକ ଦେଶର ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ରୁ ୧୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏହାସହ ସର୍ବାଧିକ ତାପମାତ୍ରା ୨୩ରୁ ୨୬ ଡିଗ୍ରୀ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ୨୨ ଫେବ୍ରୁଆରୀ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳପ୍ରଦେଶ, ମୁଜଫରାବାଦ, ଉତ୍ତରାଖଣ୍ଡ ଆଦି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ,ବରଫ ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨୧ ଫେବ୍ରୁଆରୀ ମଧ୍ୟରେ ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି।
ସେହିପରି ୧୯ରୁ ୨୧ ଫେବ୍ରୁଆରୀ ମଧ୍ୟରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ୨୦ରୁ ୨୨ ଫେବ୍ରୁଆରୀ ମଧ୍ୟରେ ପୂର୍ବ ଉତ୍ତର ପ୍ରଦେଶ ଓ ଉତ୍ତର ମଧ୍ୟ ପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ୨୧ରୁ ୨୪ ଫେବ୍ରୁଆରୀ ମଧ୍ୟରେ ସିକ୍କିମ ଓ ଅରୁଣାଞ୍ଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ଓ ବରଫପାତର ସମ୍ଭାବନା ରହିଛି। ଏହାସହ ଆସାମ ଓ ମେଘାଳୟରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ, ସିକ୍କିମ, ଓ ଓଡିଶାର କିଛି ସ୍ଥାନରେ ସକାଳ ସମୟରେ ଘନ କୁହୁଡି ସମ୍ଭାବନା ରହିଛି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories