www.samajalive.in
Saturday, December 6, 2025
23.1 C
Bhubaneswar

ଗୋ ମାଂସ ରୋଷେଇ ବେଳେ ପହଞ୍ଚିଲେ ପୁଲିସ ଓ ବଜରଙ୍ଗ ଦଳ: ପୋତାଗଲା ମାଂସ, ୪ ଅଟକ

ଫୁଲବାଣୀ: ଗୋ ମାଂସ ରୋଷେଇ ବେଳେ ପହଞ୍ଚିଲେ ପୁଲିସ୍‍ ଓ ବଜରଙ୍ଗ ଦଳ। ଏଭଳି ଏକ ଘଟଣା ଆଜି ଘଟିଛି କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ମଦାଙ୍ଗି ଅଞ୍ଚଳରେ।

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଞ୍ଚଳରେ ଥିବା ମଦାଙ୍ଗି ବିଦ୍ୟାଳୟ ନିକଟରେ କିଛି ଲୋକ ଗୋ ମାଂସ ରୋଷେଇ କରୁଥିବା ନେଇ କୌଣସି ଏକ ସୂତ୍ରରୁ ଖବର ପାଇ ସେଠାରେ ବଜରଙ୍ଗ ଦଳ ସମେତ କୋଟଗଡ ଥାନା ପୁଲିସ ପହଞ୍ଚି ସେଠାରୁ ରୋଷେଇ କରାଯାଇଥିବା ଗୋ ମାଂସ ସମେତ ରଖାଯାଇଥିବା ଗୋ ମାଂସ ଏବଂ ସେଠାରେ ଥିବା ଏକ ବରଗଛ ଡାଳରେ ଶୁଖାଯାଇଥିବା ଗୋ ମାଂସକୁ ଜବତ କରିବା ସହିତ ସେଗୁଡିକୁ ପୋତାଯାଇଥିଲା। ଏହି ସଂକ୍ରନ୍ତରେ ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇ ସେମାନଙ୍କୁ ପଚରା ଉଚୁରା କରୁଛି ପୁଲିସ। ସୂଚନା ଅନୁସାରେ ବୁଲିବୁଲି କରି କୋଟଗଡ଼ ବ୍ଳକର ବିଭିନ୍ନ ଅଞ୍ଚଳରେ କଂସା ବାସନ ଝଳେଇ କରିବା କାମ କରୁଥିବା ୫ଟି ପରିବାର ତମ୍ବୁ ପକାଇ ସେଠାରେ ରହିବାସହିତ ଏହି କାମ କରୁଛନ୍ତି। ଏହି ସବୁ ପରିବାର ଦୀର୍ଘଦିନ ଅସ୍ଥାୟୀ ଭାବେ କେତେେବେଳ କେଉଁଠାରେ ରହୁଛନ୍ତି। କେତେେବେଳ କେଉଁ ସ୍ଥାନରେ ରହୁଥିବା ବେଳେ ଗତ କିଛିଦିନ ହେଲା ମଦାଙ୍ଗି ଗ୍ରାମର ବିଦ୍ୟାଳୟ ନିକଟରେ ରହୁଛନ୍ତି। ଉକ୍ତ ବ୍ୟକ୍ତିମାନେ ରହୁଥିବା ସ୍ଥାନ ନିକଟରେ କେତେକ ଗଛରେ ଗୋରୁ ମାଂସ ଗୁଡ଼ିକ କଟା ହୋଇ ସୁଖା ହୋଇଥିବା ବେଳେ ସେହି ରାସ୍ତାଦେଇ ଯାତାୟତ କରୁଥିବାକିଛି ବ୍ୟକ୍ତିଙ୍କ ନଜରରେ ଏହା ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା ତେବେ ଉକ୍ତ ବ୍ୟକ୍ତିମାନେ ସେହି ଅଂଚଳରେ ଥିବା କିଛି ଲୋକଙ୍କଠାରୁ ଏହି ଗୋ ମାଂସ କିଣି ରୋଷେଇ କରୁଥିବା ଜେରା ବେଳେ ପ୍ରକାଶ କରିଛନ୍ତି। ତେବେ ସେମାନେ ପ୍ରଚୁର ମାତ୍ରାରେ ଏହି ମାଂସ ଆଣିଥିବାରୁ ସେଥିରୁ କିଛି ରୋଷେଇ କରିବା ସହିତ ବଳକା ମାଂସକୁ ଗଛରେ ଶୁଖାଇଥିଲେ ବୋଲି ପ୍ରକାଶ କରିଛନ୍ତି। ଆଜି ଉକ୍ତ ମାଂସଗୁଡ଼ିକ ଜବତ କରିବା ପରେ ସେଠାରେ ବଜରଙ୍ଗ ଦଳ ପକ୍ଷରୁ ପୋତି ଦିଆଯାଇଛି। ଏହି ଲୋକମାନଙ୍କର ଘର ଅନୁଗୋଳରେ ବୋଲି ସେମାନେ ପୁଲିସକୁ କହିଛନ୍ତି।

- Advertisement -

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories