www.samajalive.in
Saturday, December 13, 2025
21.1 C
Bhubaneswar

୮ବର୍ଷ ପରେ ନିଖୋଜ ପୁଅକୁ ଫେରିପାଇଲା ମା; ପୁଅକୁ ଧରି କାନ୍ଦିବାରେ ଲାଗିଲା, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ୨୦୧୭ ମସିହାରେ ମାତ୍ର ୧୬ବର୍ଷ ବୟସରେ ସ୍କୁଲରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କୁ ମହାରାଷ୍ଟ୍ରର ବୀଡ୍‍ ପୋଲିସ ଖୋଜି ଠାବ କରିଛି । ପୁଲିସର ପ୍ରୟାସ ଯୋଗୁଁ ପୁଅଟିକୁ ଫେରି ପାଇଛନ୍ତି ପରିବାର ଲୋକ । ପୁଅକୁ ଖୋଜି ଆଣି ମା ସମ୍ମୁଖରେ ଯେତେବେଳେ ପୁଲିସ ଅଧିକାରୀମାନେ ଛିଡା କରିଥିଲେ ସେତେବେଳେ ମା ଓ ବାପା ପୁଅକୁ ଦେଖି ପ୍ରଥମେ ଚକିତ ହୋଇ ଯାଇଥିଲେ । ପରେ ପୁଅକୁ ଧରି କାନ୍ଦିବାରେ ଲାଗିଥିଲେ । ନିଖୋଜ ଯୁବକ ଜଣଙ୍କ ନାମ ରାଜୁ କାକାସାହେବ ମାଲି । ରାଜୁଙ୍କ ବାପା,ମା କର୍ଣ୍ଣାଟକରେ ୨୦୧୭ମସିହାରେ ଆଖୁ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ୧୬ବର୍ଷ ବୟସରେ ରାଜୁ ନାଲୱାଣ୍ଡିର ସଙ୍ଗମେଶ୍ୱର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା ।

ଡିସେମ୍ବର ୨୦୧୭ରେ ସେ ଗୋଟିଏ ଦିନ ସ୍କୁଲରୁ ଘରକୁ ଫେରିନଥିଲା । ଏହାପରେ ରାଜୁଙ୍କ ବାପା,ମା ବୀଡର ପିମ୍ପଲନେର ପୁଲିସ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପୁଲିସରେ ଅଭିଯୋଗ କରିବା ପରେ ଛାନଭିନ କରିଥିଲା ପୁଲିସ । ଦୀର୍ଘ ବର୍ଷ ପରେ ରାଜୁକୁ ଠାବ କରି ପରିବାର ସଦସ୍ୟଙ୍କ ସମ୍ମୁଖରେ ଛିଡା କରାଇଛି ପୁଲିସ । ସବ୍‍ ଇନ୍ସପେକ୍ଟର ପଲ୍ଲବୀ ଯାଦବଙ୍କ ନେତୃତ୍ୱୋ ତଦନ୍ତରୁ ଜଣାପଡିଥିଲା ଯେ ସେ ନିଖୋଜ ହେବା ସମୟରେ ଜଣେ ଶିକ୍ଷକଙ୍କ ଘରେ ରହୁଥିଲେ । ପରେ ପୁଲିସ ତାଙ୍କୁ ଗୁପ୍ତଚର ସହାୟତାରେ ରାଜୁକୁ ପୁନେରୁ ଖୋଜି ପାଇଥିବା ଜଣାପଡିଛି ।

- Advertisement -

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories