କରୋନା ସମୟରେ ତାଲିମ ନେଇଛନ୍ତି ୨୭ଲକ୍ଷରୁ ଅଧିକ ଶିକ୍ଷକ

କୋଭିଡ ସଂକ୍ରମଣ ସମୟରେ ୨୭ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ତାଲିମ ଦିଆଯାଇଥିବା ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ସେ କହିଛନ୍ତି, ତାଲିମ ନେବା ପାଇଁ ୩୦ଲକ୍ଷରୁ ଅଧିକ ଶିକ୍ଷକ ପଞ୍ଜିକୃତ ହୋଇଛନ୍ତି। ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ବି.ଇଡି. ଶିକ୍ଷାର ମାନରେ ଅବନତି ଘଟିଥିବା ସଂକ୍ରାନ୍ତରେ ଅନେକ ଅଭିଯୋଗ ହସ୍ତଗତ ହୋଇଛି। ଏଭଳି କ୍ଷେତ୍ରରେ ସଂପୃକ୍ତ କଲେଜଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ସେ ଜଣାଇଛନ୍ତି।

prayash

ଶ୍ରୀ ନିଶଙ୍କ କହିଛନ୍ତି ଗତ କିଛିବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୨ ହଜାର ୫୦୦ କୋଟି ଟଙ୍କା ସହାୟତାରେ ୧ କୋଟି ୬୦ଲକ୍ଷ ୬୪ ହଜାର ଶିକ୍ଷକଙ୍କୁ ତାଲିମ ଦିଆଯାଇଛି।

Comments are closed.