www.samajalive.in
Saturday, December 6, 2025
23.1 C
Bhubaneswar

ମହିଳାଙ୍କର ହେଲା ‘ବ୍ୟୁଟି ପାର୍ଲର ଷ୍ଟ୍ରୋକ୍‌‌’; ଜାଣନ୍ତୁ ପୂରା ଘଟଣା

ବ୍ରେନ୍‌‌ ଷ୍ଟ୍ରୋକ୍‌‌ (ମସ୍ତିକାଘାତ) ଏକ ପ୍ରାଣଘାତୀ ରୋଗ। ମାତ୍ର ଆପଣ ଜାଣନ୍ତି କି ପାର୍ଲର କିମ୍ବା ସେଲୁନ୍‌‌ରେ ମାଲିସ କିମ୍ବା କେଶ ଧୋଇବା ସମୟରେ ମଧ୍ୟ ମସ୍ତିକାଘାତ ହୋଇପାରେ? ହାଇଦ୍ରାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୫୦ ବର୍ଷୀୟ ମହିଳାଙ୍କର ପାର୍ଲରରେ କେଶ ଧୋଇବା ସମୟରେ ଷ୍ଟ୍ରୋକ୍‌‌ ହୋଇଛି। ମହିଳା ଜଣଙ୍କ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ, କେଶ ଧୋଇବା ସମୟରେ ଯେଉଁ ମାଲିସ କରାଯାଇଛି, ସେଥିରେ ମସ୍ତିଷ୍କର ଶିରା ଉପରେ ତାହାର ପ୍ରଭାବ ପଡିଛି, ଯାଦ୍ୱାରା ଷ୍ଟ୍ରୋକ୍‌‌ ହୋଇଛି। ଉକ୍ତ ମହିଳାଙ୍କର ମସ୍ତିଷ୍କର କିଛି ଅଂଶରେ ଓ ବେକର ପଛ ଅଂଶରେ ଥିବା କିଛି ଲକ୍ଷଣ ହିଁ ବ୍ରେନ୍‌‌ ଷ୍ଟ୍ରୋକ୍‌‌ ହେବାର ସଙ୍କେତ ଦେଇଛି। କେଶ ଧୋଇବା ସମୟରେ ବେକକୁ ନୁଆଁଇବା ଓ ଶିରାରେ ପଡିଥିବା ପ୍ରଭାବରୁ ହିଁ ରକ୍ତ ସଞ୍ଚାଳନରେ କିଛି ସମସ୍ୟା ପାଇଁ ଷ୍ଟ୍ରୋକ୍‌‌ ହୋଇଛି।
କିଛି ସମୟରେ ମାଲିସ କରିବା ସମୟରେ ମସ୍ତିଷ୍କ ଶିରାରେ ଅଧିକ ପ୍ରଭାବ ପଡିଥାଏ। କିଛି ଶିରା ମଧ୍ୟ ଦବି ଯାଇଥାଏ। ଯାହା ଅନେକ ସମୟରେ ଷ୍ଟ୍ରୋକ୍‌‌ର କାରଣ ହୋଇଥାଏ। ପାର୍ଲରରେ ମଧ୍ୟ ଏହା ହେବାର ସମ୍ଭାବନା ଥାଏ। ତେଣୁ ମାଲିସ କରିବା ସମୟରେ ଅଧିକ ରୁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାସହ ସାବଧାନତା ମଧ୍ୟ ଅବଲମ୍ବନ କରିବା ଉଚିତ। ମାଲିସ କରୁଥିବା ବ୍ୟକ୍ତି ବିଶେଷ ମଧ୍ୟ ସଠିକ ତାଲିମପ୍ରାପ୍ତ ହୋଇଥିବା ଆବଶ୍ୟକ।
ମସ୍ତିକାଘାତ ଅଧିକାଂଶ ୪୫ ବର୍ଷ ପରେ ହୋଇଥାଏ। କେତେକ ସମୟରେ କମ୍‌‌ ବୟସ୍କଙ୍କ ଠାରେ ମଧ୍ୟ ଏହି ସମସ୍ୟା ହୋଇଥାଏ। ଏହାଏକ ପ୍ରାଣଘାତୀ ରୋଗ। ଦୁନିଆ ସାରା ଏହି ରୋଗରେ ପୀଡିତ ୩୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥାଏ। ଏହା ଧିରେ ଧିରେ ବୃଦ୍ଧି ହୋଇଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବା ସହ ସାବଧାନତା ଅବଲମ୍ବନ କରିବାକୁ ଆବଶ୍ୟକ।
ଏଭଳି ଘଟଣା ୧୯୯୩ରେ ପ୍ରଥମେ ସାମ୍ନାକୁ ଆସିଥିଲା। ଆମେରିକାର ଏକ ସେଲୁନରେ ମାଲିସ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କର ଷ୍ଟ୍ରୋକ୍‌‌ ହୋଇଥିଲା।
ଜାଣନ୍ତୁ ଲକ୍ଷଣ..
ମସ୍ତିଷ୍କରେ ଅଧିକ ଯନ୍ତ୍ରଣା ସହ ପାଟି ଥରିବା ଭଳି ହେବା ସଠିକ୍‌‌ ଭାବେ କଥା ହୋଇନପାରିବା
ସଠିକ ଭାବେ ଦେଖାନଯିବା
ଶରୀରରେ କେତେକ ଅଂଶ ହଠାତ୍‌‌ ଫୁଲିବା
ଚଲାବୁଲାରେ ସମସ୍ୟା

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories