www.samajalive.in
Friday, December 5, 2025
26.1 C
Bhubaneswar

ସୁନ୍ଦରତା ବଜାୟ ରଖିବା ପାଇଁ ଶୋଇବା ପୂର୍ବରୁ ଆପଣାନ୍ତୁ ଏସବୁ ଉପାୟ

ସାଧାରଣତଃ ଏକ ସୁନ୍ଦର ରୂପ ପାଇବା ପାଇଁ ସମସ୍ତଙ୍କର ଇଛା ଥାଏ। ଏଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। ହେଲେ ଏପରି କିଛି ସାଧାରଣ ଟିପ୍ସ ଅଛି ଯାହାକୁ ଆପଣାଇବା ଦ୍ବାରା ଆପଣ ସୁସ୍ଥ ଓ ସୁନ୍ଦର ରୂପ ପାଇପାରିବେ। ରାତିରେ ଶୋଇବା ପୂର୍ବରୁ ମାତ୍ର ଏହି ୬ଟି ଉପାୟ ଅବଲମ୍ବନ କରିବା ଦ୍ବାରା ଆପଣ ନିଜକୁ ସର୍ବଦା ସୁନ୍ଦର ରଖିପାରିବେ। ଚାଲନ୍ତୁ ଜାଣିବା ସେହ ଟିପ୍ସଗୁଡ଼ିକ ବିଷୟରେ –

-ରାତିରେ ଶୋଇବା ପୂର୍ବରୂ ନିଶ୍ଚୟ ଗାଧୋଇବା ଉଚିତ୍। ଏହା କରିବା ଦ୍ବାରା ଶରୀରରୁ ସାରା ଦିନର ସମସ୍ତ ଧୂଳି ମଇଳା ସଫା ହୋଇଥାଏ ଏବଂ ଆପଣଙ୍କ ତ୍ବଚା ଶାନ୍ତିରେ ନିଶ୍ବାସ ନେଇଥାଏ।
-ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ବହୁତ ଜରୁରୀ ହୋଇଥାଏ। ରତିରେ ଖାଇସାରିବା ପରେ ଦାନ୍ତ ନ ଘଷିଲେ ଦାନ୍ତରେ ଜୀବାଣୁମାନେ ବସା କରିଥାନ୍ତି। ଏହା ଦ୍ବାରା ଆପଣଙ୍କର ଦାନ୍ତ ଧିରେ ଧିରେ ନଷ୍ଟ ହୋଇଯାଏ।
-ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ପିଇବା ଉଚିତ। ଏହା ଦ୍ବାରା ଆପଣଙ୍କ ଶରୀରରୁ ବିଶାକ୍ତ ପଦାର୍ଥ ନଷ୍ଟ ହୋଇଯାଇଥାଏ । ଯାହା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ। ଏହା ସହିତ ହଳଦୀ କ୍ଷୀର ନିୟମିତ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ।
-ପୂରା ଦିନ ଆଖି ମଧ୍ୟ ବହୁତ କାମ କରିଥାଏ। ତେଣୁ ଆଖିର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ। ଶୋଇବା ପୂର୍ବରୁ ଆପଣଙ୍କ ଆଖିର ଚାରି ପାଖକୁ କ୍ରିମ୍ ସାହାଯ୍ୟରେ ଧିରେଧିରେ ମାଲିସ କରନ୍ତୁ।
-ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ମଶ୍ଚରାଇଜର ଲଗାଇବା ଆବଶ୍ୟକ। ଏହା ଦ୍ବାରା ତ୍ବଚାର କୋମଳତା ବଜାୟ ରହିଥାଏ ଏବଂ ସକାଳୁ ଉଠିବା ପରେ ତ୍ବଚା ଶୁଷ୍କ ବା ରୁକ୍ଷ ଲାଗିନଥାଏ।
-ଶୋଇବା ପୂର୍ବରୁ କେଶକୁ କୁଣ୍ଡାଇ ଶୁଅନ୍ତୁ। ଏହାଦ୍ବାରା ଆପଣଙ୍କ କେଶ ଛନ୍ଦି ହୋଇ ନଥାଏ ଓ ଝଡ଼ିବା କମ୍ ହୋଇଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories