www.samajalive.in
Saturday, December 6, 2025
26.1 C
Bhubaneswar

ସିଆରପିଏଫ ନଥିଲେ କଲକତାରୁ ଜୀବନ୍ତ ଫେରିନଥାନ୍ତି : ଅମିତ ଶାହା

ନୂଆଦିଲ୍ଲୀ : କଲକାତା ରୋଡ଼ ଶୋ’ରେ ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ପଶ୍ଚିମବଙ୍ଗର ଟିଏମ୍‍ସି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଆମେ ଶାନ୍ତିରେ ରୋଡ଼ ଶୋ’ କରୁଥିଲା ବେଳେ ଆମ ଉପରେ ୩ ଥର ଆକ୍ରମଣ ହୋଇଥିଲା। ଏକ ବିଶ୍ୱବିଦ୍ୟାଳୟରୁ କେତେକ ଛାତ୍ର ଓ ଟିଏମ୍‍ସି ସମର୍ଥକ ଆସି ରୋଡ଼ ଶୋ’ ଉପରେ ପଥର ମାଡ଼ କରିବେ ବୋଲି ଆମ ପାଖରେ ଖବର ଥିଲା। ସେଥିପାଇଁ ସଜାଗ ଥିଲୁ। ସେମାନେ ପଥର ମାଡ଼ କରିବା ସହ ବିଭିନ୍ନ ସ୍ଥାନରେ ନିଅାଁ ଲଗାଇ ଦେଇଥିଲେ। ସିଆରପିଏଫ ଟିଏମ୍‍ସି ଗୁଣ୍ଡାଙ୍କ କବଳରୁ ଆମକୁ ରକ୍ଷା କରିଥିଲେ। ସିଆରପିଏଫ ନଥିଲେ ମୁଁ ଜୀବନ୍ତ ଫେରିନଥାନ୍ତି ବୋଲି ଅମିତ ଶାହା କହିଛନ୍ତି।
ଯଦି କିଛି ଲୁଚାଇବାର ନାହିଁ, ତେବେ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ସେ ମମତା ବାନାର୍ଜୀଙ୍କ ନିକଟରେ ଦାବି କରିଛନ୍ତି।
ସେପଟେ ଟିଏମସି ଅଧ୍ୟକ୍ଷା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ସମାଲୋଚନା କରିଛନ୍ତି। ଅମିତ ଶାହା ଭଗବାନ ନୁହଁନ୍ତି, ତାଙ୍କ ବିରୋଧରେ ପ୍ରଦର୍ଶନ କରାଯାଇ ହେବ ବୋଲି ମମତା କହିଛନ୍ତି।
ସେହିପରି ଟିଏମସି ସାଂସଦ ଡେରାକ ଓବ୍ରାଏନ ବୁଧବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କଲକତା ହିଂସାକାଣ୍ଡ ପାଇଁ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଅମିତ ଶାହା ଗୁଣ୍ଡା ନେଇ କଲକତା ଆସିଥିଲେ ଓ ହିଂସାକାଣ୍ଡ ଭିଆଇଥିଲେ। ଅମିତ ଶହାଙ୍କ ଶୋଭାଯାତ୍ରା ବେଳେ କଲକାତା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ କଳା ପତାକା ଦେଖାଇଥିଲେ। ହେଲେ ବିଜେପି କର୍ମୀମାନେ ତାଙ୍କ ଉପରକୁ ପଥର ମାଡ଼ କରିଥିଲେ ଓ ହିଂସାକାଣ୍ଡ ଭିଆଇଥିଲେ। ଆମେ ଭିଡ଼ିଓ ନେଇ ନିର୍ବାଚନ ଆୟୋଗଙ୍କ ପାଖକୁ ଯିବୁ।
ପ୍ରକାଶ ଯେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଙ୍ଗଳବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଲକାତାରେ ରୋଡ଼ ଶୋ’ କରିଥିଲେ। ଏହି ରାଡ଼ ଶୋ ବେଳେ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଅମିତ ଶାହାଙ୍କ ଗାଡ଼ି ଉପରକୁ ବାଡ଼ି ଓ ପଥର ଫିଙ୍ଗା ଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‍କୁ ଲାଠିଚାର୍ଜ କରିବାକୁ ପଡିଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories