କମେଣ୍ଟ ମାରି ମାଡ଼ ଖାଇଲେ ତିନି ଯୁବକ

0

ଅନୁଗୁଳ: କଲେଜ୍‍ ଛାତ୍ରୀଙ୍କୁ କମେଣ୍ଟ ମାରି ସ୍ଥାନୀୟ ଲୋକଙ୍କଠାରୁ ନିଧୂର୍ମ ମାଡ଼ ଖାଇଛନ୍ତି ତିନି ଜଣ ଯୁବକ। ଯୁବକମାନଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ଛେଣ୍ଡପଦା ନିକଟ ଏଟିଏମ୍‍ କାଉଣ୍ଟରରୁ ତିନି ଜଣ କଲେଜ୍‍ ଛାତ୍ରୀ ଟଙ୍କା ବାହାର କରି ଆସୁଥିବା ବେଳେ ତିନିଜଣ ଯୁବକ ଏକ ମୋଟର ସାଇକେଲ୍‍ରେ ଆସି ଅଶ୍ଲୀଳ ଇଙ୍ଗିତ କରିବା ସହିତ ଆକ୍ଷେପ କରିଥିଲେ। ଏଟିଏମ୍‍ରେ ମୁତୟନ ସୁରକ୍ଷା କର୍ମୀ ବାରଣ କରିଥିଲେ ମଧ୍ୟ ଯୁବକମାନେ ଶୁଣି ନଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକେ ଯୁବକଙ୍କୁ ଧରି ନିର୍ଧୂମ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।

Leave A Reply