ନୀଳଗିରି: ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଂଚଳରେ ଗାଡ଼ିଆରୁ ଏକ ଭାଲୁଛୁଆର ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ନୀଳଗିରିର ମିତ୍ରପୁର ସଂରକ୍ଷିତ ଜଙ୍ଗଲ ଅଧୀନ ଗୁଜୁଡ଼ିହା ଅଂଚଳରେ ଥିବା ଏକ ପାଣି ଗାଡ଼ିଆରେ ଭାଲୁଟିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ନୀଳଗିରି ରେଞ୍ଜର ମନୱାର ଖାଁ ସେଠାରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି। ତେବେ ପାଣି ପିଇବାକୁ ଆସି ଗୋଡ଼ ଖସି ଯିବାରୁ ଭାଲୁଛୁଆର ମୃତ୍ୟୁ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି।
Popular Categories



