www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ପାଇଁ ବିଏମସି ଓ ବିଡିଏ ଗଠନ କଲେ ସ୍ବତନ୍ତ୍ର ଟିମ୍

ଭୁବନେଶ୍ବର : ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି) ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) । ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ବିଏମସି ଏବଂ ବିଡିଏ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ଏଥିପାଇଁ ଦୁଇ ଜଣ ବରିଷ୍ଠ ଅଧୀକାରୀଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ। ଏହି ଟିମ୍ ରାଜଧାନୀ ଭୁବନେଶ୍ବରେ ସରକାରଙ୍କ ନିର୍ଦେଶ ଅନୁସାରେ ସ୍କୁଲ, କଲେଜ, ସିନେମା ହଲ ଓ ଜିମ୍ ଆଦି ବନ୍ଦ ରହିଛି କି ନାହିଁ ତାହାର ଯାଞ୍ଚ କରିବେ । ଏହି ଟିମ୍ ପ୍ରତିଦିନ ସକାଳେ ରାଜଧାନୀର ସଫେଇ କାର୍ଯ୍ୟକୁ ମଧ୍ୟ ତଦାରଖ କରିବେ ବୋଲି ସୂଚନାମିଳିଛି।

ସେହିପରି କରୋନା ପ୍ରଭାବ ପାଇଁ ଭୁବନେଶ୍ବରରେ ମାସ୍କ ଓ ସାନିଟାଇଜର ବହୁଳ ବ୍ୟବହାର କରୁଥିବା ଦେଖାଯାଇଛି। ଏହାରି ମଧ୍ୟରେ ରାଜଧାନୀର କେତେଜଣ ବ୍ୟବସାୟୀ ଏହି ସାନିଟାଇଜର ଓ ମାସ୍କ ଚଢାଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଟିମ୍ ମଧ୍ୟ ସେହିସବୁ ସାମଗ୍ରୀର କଳାବଜାର ରୋକିବା ପାଇଁ ମେଡିସିନ୍ ଷ୍ଟୋର ଉପରେ ଅଚାନକ ଚଢଉ କରିବ। ଏହି ଟିମର ଅଧିକାରୀମାନେ ମଧ୍ୟ କଳାବଜାରୀ କରୁଥିବା ଲାଭଖୋର ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories