ନୂଆଦିଲ୍ଲୀ : ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ ମାମଲାରେ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କ ଉପରେ ଶନିବାର ଜୋରିମାନା ଲଗାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଲୋକପାଳ ଡିକେ ଜୈନ ଉଭୟ ଖେଳାଳିଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି। ଉଭୟଙ୍କୁ ଜୋରିମାନା ଭାବେ କର୍ତ୍ତବ୍ୟବେଳେ ସହିଦ ଅର୍ଦ୍ଧସମାରିକ ବାହିନୀର ୧୦ ଯବାନଙ୍କ ପତ୍ନୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି। ଏହାସହ ଉଭୟଙ୍କୁ ଦିବ୍ୟାଙ୍ଗ କ୍ରିକେଟର ବିକାଶ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ନିର୍ଦେଶ ଦିଆଯାଇଛି।
ଲୋକପାଳ କହିଛନ୍ତି ଯେ ୪ ସପ୍ତାହ ମଧ୍ୟରେ ଜୋରିମାନା ରାଶି ଜମା ନକଲେ ଉଭୟ ଖେଳାଳିଙ୍କ ମ୍ୟାଚ ଦେୟରୁ ଜୋରିମାନା ଅର୍ଥ କାଟିନିଆଯିବ। ପ୍ରକାଶ ଯେ ‘କଫି ଉଇଥ କରନ’ ଟିଭି କାର୍ଯ୍ୟକ୍ରମରେ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମହିଳା ବିରୋଧୀ ଅଭଦ୍ର ମନ୍ତବ୍ୟ ଦେଇଥିଲେ। ଏହା ବିବାଦୀୟ ହେବା ପରେ ଉଭୟଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଫେରାଇ ଦିଆଯାଇଥିଲା।
‘କଫି ଉଇଥ କରନ’ ବିବାଦ: ରାହୁଲ ଏବଂ ହାର୍ଦ୍ଦିକଙ୍କୁ ୨୦ ଲକ୍ଷ ଲେଖାଏଁ ଜୋରିମାନା
Popular Categories



