www.samajalive.in
Saturday, December 6, 2025
15.1 C
Bhubaneswar

ୱାର୍ଡ ପରିକ୍ରମା-ନଂ ୨୮: ରାସ୍ତା ମରଣଯନ୍ତା, ନାହିଁ ପୋଷ୍ଟ ଅଫିସ୍‍

ଉତ୍ତରଭୁବନେଶ୍ୱର : ଦୁଇ ବର୍ଷ ହେବ ପୌର ପରିଷଦ ଭଙ୍ଗାଯାଇଛି। ଉନ୍ନୟନ କାମର ଲଗାମ ରହିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ। ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି। ବିଏମ୍‌ସି ୨୮ନଂ ୱାର୍ଡର ଅନେକ କାର୍ଯ୍ୟ ଏବେବି ହୋଇପାରିନଥିବା ଲୋକେ କହିଛନ୍ତି। ଏହି ୱାର୍ଡର ନନ୍ଦିନୀପଲ୍ଲୀ, ମୁଣ୍ଡା ବସ୍ତି ରାସ୍ତା, ପୋଷ୍ଟ ଅଫିସ, ଡ୍ରେନ୍‌ ନିର୍ମାଣ ଆଦି ହୋଇପାରିନାହିଁ।

ପ୍ରମୁଖ ସମସ୍ୟା:
ପୋଷ୍ଟ ଅଫିସ୍‍ ଦୀର୍ଘ ଦିନରୁ ହୋଇପାରି ନଥିବା ବେଳେ ନନ୍ଦିନୀପଲ୍ଲୀ ମୁଣ୍ଡା ବସ୍ତିର ରାସ୍ତା ହୋଇପାରି ନାହିଁ। ସେହିପରି ଆଦିବାସୀଙ୍କ ପାଇଁ ଗୃହ ନିର୍ମାଣ, ସାଇନ୍ସପାର୍କ ବସ୍ତିରେ ରାସ୍ତା, କମ୍ୟୁନିଟି ହଲ, ଅଙ୍ଗନବାଡ଼ି କେନ୍ଦ୍ର, ଶୌଚାଳୟ ଆଦି କାମ ହୋଇପାରି ନାହିଁ। ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଜନପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସୁଫଳ ମିଳିପାରିନଥିବା କହିଛନ୍ତି ବାସିନ୍ଦା।
ୱାର୍ଡ ସମ୍ପର୍କରେ :
ଏହି ୱାର୍ଡରେ ମୋଟ ୧୫,୬୦୦ ଜନସଂଖ୍ୟା ଥିବା ବେଳେ ଏମାନଙ୍କ ମଧ୍ୟରୁ ପୁରୁଷ ସଂଖ୍ୟା ୯୩୦୦ ଏବଂ ମହିଳାଙ୍କ ସଂଖ୍ୟା ୬୩୦୦। ଏହି ୱାର୍ଡରେ ସାଇନ୍ସପାର୍କ, ରିଜିଓନାଲ କଲେଜ, ପୁଲିସ ରିଜର୍ଭ ଲାଇନ ସହିତ ବିଭିନ୍ନ ପ୍ରକାର ବେସରକାରୀ କାର୍ଯ୍ୟାଳୟ ରହିଛି।
ପରିସୀମା :
୨୮ନଂ ୱାର୍ଡଟି ବହୁ ଦିନରୁ ଗଠିତ ହୋଇଥିବା ବେଳେ ଏଠାରେ ଭୋଟରଙ୍କ ସଂଖ୍ୟା ୯୨୦୦ ରହିଛି। ତେବେ ଆଚାର୍ଯ୍ୟବିହାର, ରିଜର୍ଭ ପୁଲିସ କଲୋନୀ, ରିଜିଓନାଲ କ୍ୟାମ୍ପସ୍‌, ନ୍ୟୁ ଏଜି କଲୋନୀ, ନିକୋ ପାର୍କ, ବିବେକାନନ୍ଦ ମାର୍ଗ, ରାମପୁର ବସ୍ତି ଭଳି ଏକାଧିକ ବସ୍ତି ରହିଛି।
ଉନ୍ନୟନମୂଳକ କାର୍ଯ୍ୟ:
୩୦ ବର୍ଷ ତଳୁ ଆଚାର୍ଯ୍ୟବିହାର ଅଞ୍ଚଳଟି ଏକ ବନ୍ୟାଞ୍ଚଳ ଭଳି ଦୃଶ୍ୟମାନ ହେଉଥିବାବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ବିଏମସି ପକ୍ଷରୁ ୪ନଂ ଡ୍ରେନ୍‌ କାମ ଜାରି ରହିଛି। ସେହିପରି ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ କିଛି କାର୍ଯ୍ୟ ଜାରି ରହିଥିବା ବେଳେ ଏଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇପାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories