www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ କୁଖ୍ୟାତ ଠକ ଗିରଫ

ଭୁବନେଶ୍ଵର : ଦୁଇ ଜଣ କୁଖ୍ୟାତ ଠକକୁ ଗିରଫ କଲା କମିଶନରେଟ୍ ପୁଲିସ୍‌। ଗିରଫ ଦୁଇ ଅଭିଯୁକ୍ତ  ହରିୟାଣାର ରିଙ୍କୁ ସାଇନି ଏବଂ ମନିନ୍ଦର ସିଂ ବୋଲି ଜଣାପଡିଛି। ରିଙ୍କୁ ସୋସିଆଲ ଜଷ୍ଟିସ୍  ଆଣ୍ଡ ଓ୍ବିମେନ୍ ଏମ୍ପାଓ୍ବାରମେଣ୍ଟ କମିଶନ କହି ଠକୁଥିଲେ। ରିଙ୍କୁଙ୍କ ପର୍ସନାଲ ଆସିଷ୍ଟାଣ୍ଡ କହି ମନିନ୍ଦର ମଧ୍ୟ ଠକେଇରେ ସାମିଲ ଥିଲେ। ଭୁବନେଶ୍ଵର ମୈତ୍ରୀବିହାର ଅଞ୍ଚଳରୁ ପୁଲିସ୍ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏମ୍‌ଏଚ୍‌ଏରେ କମିଶନ  ଭାବେ କାର୍ଯ୍ୟ ନେଇ ଜାଲ୍ ଆଇକାର୍ଡ ପ୍ରସ୍ତୁତ କରିଥିଲେ। ସ୍ଵରାଷ୍ଟ୍ର ମନ୍ତ୍ରାଳୟ ସହ ଯୋଗାଯୋଗ କରିବା ପରେ ସତ୍ୟାସତ୍ୟ ଜଣାପଡିଥିବା କହିଛନ୍ତି ସିପି। ଏ ନେଇ ହରିୟାଣା ପୁଲିସ୍‌ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା। ଯଦି କେହି ଏମାନଙ୍କ ଦ୍ଵାରା ଠକାମୀରେ ପଡିଥାନ୍ତି , ତେବେ ତୁରନ୍ତ ଥାନାକୁ ଜଣାନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories