ବାତ୍ୟା ‘ଦାନା’; କାର୍ଯ୍ୟରେ ଅବହେଳା ପାଇଁ ୪ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର : ବାତ୍ୟା ‘ଦାନା’ ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ବୋଲି ଶନିବାର ଖବର ସାମ୍ନାକୁ ଆସିଛି। ୩ ପିଇଓଙ୍କ ସମେତ ଜଣେ ଆଇଆଇଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ନିଲମ୍ବନ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ରହିଥିଲା। ବିପର୍ଯ୍ୟୟ ସମୟରେ ସେବାରେ ଖିଲାପକାରୀଙ୍କୁ ଛଡାଯିବନି ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.