www.samajalive.in
Sunday, December 7, 2025
26.1 C
Bhubaneswar

ସିମ୍‌ ବକ୍ସ ମାମଲା ; ପୁଲିସ ହାତରେ ସାଂଘାତିକ ତଥ୍ୟ

ଭୁବନେଶ୍ୱର : ସିମ୍‌ ବକ୍ସ ମାମଲାରେ ସାମ୍ନାକୁ ଆସୁଛି ସାଂଘାତିକ ତଥ୍ୟ। ଏହି ମାମଲାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ରାଜୁ ମଣ୍ଡଳକୁ ରିମାଣ୍ଡରେ ନେବା ପରେ କମିଶନରେଟ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆସାଦୁର ଜମାନର ଫଟୋ ଜାରି କରିଛି କମିଶନରେଟ ପୁଲିସ । ତାକୁ ଶୀଘ୍ର ଧରିବାକୁ ଯୋଜନା କରାଯାଇଛି । ସେ ବାଂଲାଦେଶ ଢାକାରେ ରହି ଆତଙ୍କି ନେଟୱାର୍କ ଚଲାଉଥିଲା। ଢାକାରେ ରହି ଭୁବନେଶ୍ୱର ଓ ରାଞ୍ଚି ସିମ୍‌ ବକ୍ସ ସେଟଅପ ଅପରେଟ କରୁଥିଲା । ଏହି ସ୍ଥାନକୁ ନ ଆସି ମଧ୍ୟ ସ୍ମାର୍ଟ ସୁଇଚ ଦ୍ୱାରା ନିଜ କଣ୍ଟ୍ରୋଲରେ ରଖିଥିଲା।
ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ରିମାଣ୍ଡ ଗୁରୁବାର ଶେଷ ହେଉଛି । ରାଜୁ ମଣ୍ଡଳକୁ ଏନଆଇଏ ଜେରା ବେଳେ ଆତଙ୍କି ଲିକ୍‌ ନେଇ ମଧ୍ୟ ଜଣାପଡିଛି । ଅନ୍ୟ କେତେକ ସକ୍ରିୟ ଥିବା ସିମର ରିପୋର୍ଟ ଖୁବ୍‌ ଶୀଘ୍ର ପୁଲିସ ହାତକୁ ଆସିବ। ପୁଣି ଥରେ ରାଜୁକୁ ୭ ଦିନିଆ ରିମାଣ୍ଡରେ ନିଆଯିବା ପାଇଁ କୋର୍ଟ ଆବେଦନ କରାଯିବ ବୋଲି ପୁଲିସ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

‘ମର୍ଦାନି ୩’ ; ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ରାଣୀ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍‌..

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories