www.samajalive.in
Friday, December 5, 2025
26.1 C
Bhubaneswar

ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ ଭାଷଣରେ ବାହାରିନ ଓଡ଼ିଆ ସମାଜର ସମସ୍ତ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏଥିରେ ବାହାରିନ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ସବୁ ଭାରତୀୟ ଏକତ୍ରିତ ହୋଇ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ । ବାହାରିନ ଓଡ଼ିଆ ସମାଜର ସଦସ୍ୟ ମାନେ ସମସ୍ତ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିଶେଷରେ ସମସ୍ତ ଭାରତୀୟ ଏକତ୍ରିତ ହୋଇ ଭାରତ ମାତାର ଜୟ ଗାନ କରିଥିଲେ।

ଦେଖନ୍ତୁ ଭିଡିଓ ; ପିଞ୍ଜରା ଭିତରେ ଥିଲା ମାଙ୍କଡ, ପିଲାଟି କଲା ଏମିତି, ଆଉ ତା’ପରେ..

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories