ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଫାଶୀ ଦଣ୍ଡ ; ୩୩ ଥର ଛୁରୀ ଭୁସି କରିଥିଲା ହତ୍ୟା..
ଭୁବନେଶ୍ୱର : ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ମିଳିଲା ଫାଶୀ ଦଣ୍ଡ । ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ଦାସକୁ ଫାଶୀ ଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲା ଓ ଦୌରାଜଜ ।୩୩ ଥର ଛୁରୀ ଭୁସି ଅତି ବୀଭତ୍ସ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ୨୦୨୨ ଜୁନ ୯ ତାରିଖରେ ଖଣ୍ଡଗିରି ଥାନା ଘାଟିକିଆରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଥିଲା । ସଞ୍ଜିତ ମାଆ ଓ ଭାଉଜ ମଧ୍ୟ ହତ୍ୟା କାହାଣୀ ବଖାଣିଛନ୍ତି । ଏହି ମାମଲା ବିରଳରୁ ବିରଳତମ ବୋଲି ବିଚାରପତି କହିଛନ୍ତି ।
Comments are closed.