www.samajalive.in
Saturday, December 6, 2025
17.1 C
Bhubaneswar

ବିକଶିତ ହେବ ସୁଆଣ୍ଡୋ; ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ୧୧ କୋଟିର ବ୍ୟୟ ଅଟକଳ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଐତିହ୍ୟ କ୍ୟାବିନେଟ୍। ଏଥିରେ ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ, ନବ ଉତ୍କଳର ସ୍ଥପତି, ‘ସତ୍ୟବାଦୀ ବନ ବିଦ୍ୟାଳୟ’ ଓ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ପାଇଁ ନିଆଯାଇଛି ପଦକ୍ଷେପ। ସୁଆଣ୍ଡୋର ବିକାଶ ନିମନ୍ତେ ୧୧ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବକୁ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପୂର୍ବରୁ ସତ୍ୟବାଦୀ ବନ ବିଦ୍ୟାଳୟ ବିକାଶ ନିମନ୍ତେ ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବାକୁ ଘୋଷଣା କରିଥିଲେ। ପଣ୍ଡିତ ଗୋପବନ୍ଧୁ ଓ ପଞ୍ଚସଖାଙ୍କ କର୍ମସ୍ଥଳୀ ସତ୍ୟବାଦୀ କେବଳ ଓଡ଼ିଆ ଚେତନା ଓ ଓଡ଼ିଆ ସାଂସ୍କୃତିକ ପରମ୍ପରା ନୁହେଁ; ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତେଣୁ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ସ୍ବାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜିବୀତ କରି ରଖିବା ନିମନ୍ତେ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ଯୋଜନା ହୋଇଥିଲା ଏବଂ ଏଥିନିମନ୍ତେ ୨୫ ଏକର ଜମି ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଥିଲା।

- Advertisement -

ଉତ୍କଳମଣିଙ୍କ ସ୍ମୃତିକୁ ଉଜାଗର କରି ରଖିବା ଏବଂ ତାଙ୍କର ଜନ୍ମମାଟିର ବିକାଶ ପାଇଁ ବିଭିନ୍ନ ସମୟରେ ଗୋପବନ୍ଧୁଙ୍କ ମାନସ ସନ୍ତାନ ‘ସମାଜ’ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି। ପ୍ରତିବର୍ଷ ରାଜ୍ୟବ୍ୟାପୀ ଗୋପବନ୍ଧୁ ଜ୍ୟୋତିଯାତ୍ରା ଆୟୋଜନ କରାଯିବା ସହ ତାଙ୍କର ଜନ୍ମମାଟି ସୁଆଣ୍ଡୋରୁ ଜ୍ୟୋତି ରାଜ୍ୟ ପରିଭ୍ରମଣ କରୁଛି। ସେହିପରି ୨୦୧୭ ମସିହାରେ ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ଏବଂ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଭେଟି ଏ ସମ୍ପର୍କରେ ଦାବି କରିଥିଲେ। ତତ୍କାଳୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories