www.samajalive.in
Friday, December 5, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କ ପାଇଁ ଭିଜନ ଓଡ଼ିଶା, ବିକଶିତ ଭାରତ ପ୍ରତିଯୋଗିତା

ଭୁବନେଶ୍ବର : ରାଜ୍ୟରେ ବିଦ୍ୟାଳୟସ୍ତରରେ ଭିଜନ ଓଡ଼ିଶା @୨୦୩୬ ଏବଂ ବିକଶିତ ଭାରତ @ ୨୦୪୭ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପ୍ରତିଯୋଗିତା କରାଯିବ। ମୋ ସ୍ବପ୍ନର ଓଡ଼ିଶା ୨୦୩୬ ଏବଂ ମୋ ସ୍ବପ୍ନର ଭାରତ ୨୦୪୭ ବିଷୟ ବସ୍ତୁକୁ ନେଇ ପ୍ରବନ୍ଧ ଲିଖନ ଓ ପେଣ୍ଟିଂ ପ୍ରତିଯୋଗିତା ହେବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶିକା ଅନନ୍ୟା ଦାସ ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ଛାତ୍ରଛାତ୍ରୀ ସେମାନଙ୍କ ଘରେ ଉପରୋକ୍ତ ବିଷୟବସ୍ତୁ ଆଧାରରେ ପ୍ରବନ୍ଧ ‌ ଲେଖିବେ ଏବଂ ପେଣ୍ଟିଂ କରିବେ। ଜୁନ୍ ୩ ତାରିଖ ସୁଦ୍ଧା ହ୍ବାଟ୍ସଆପ୍‌ ଜରିଆରେ ଏହାକୁ ପ୍ରଧାନଶିକ୍ଷକଙ୍କୁ ପଠାଇବେ। ବିଦ୍ୟାଳୟସ୍ତରରେ ମୂଲ୍ୟାଙ୍କନ ପରେ ପ୍ରତ୍ୟେକ ଗ୍ରୁପ୍‌ର ଗୋଟିଏ ଶ୍ରେଷ୍ଠ ଏଣ୍ଟ୍ରିକୁ ପ୍ରଧାନଶିକ୍ଷକ ଜୁନ୍ ୪ ସୁଦ୍ଧା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପ୍ରଦାନ କରିବେ। ବ୍ଲକ୍‌ସ୍ତରରେ ଉପଯୁକ୍ତ ବିଚାରକଙ୍କ ଦ୍ବାରା ବିଇଓ ଏହାର ମୂଲ୍ୟାୟନ କରିବେ। ୧୦ରୁ କମ୍‌ ବ୍ଲକ୍‌ ଥିବା ଜିଲା‌ରେ ବିଇଓ ପ୍ରତ୍ୟେକ ବର୍ଗର ଶୀର୍ଷ ୩ଟି ଏବଂ ୧୦ରୁ ଅଧିକ ବ୍ଲକ୍‌ ଥିବା ଜିଲାର ବିଇଓ ଶୀର୍ଷ ୨ଟି ଏଣ୍ଟ୍ରିକୁ ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ଜୁନ୍‌ ୬ ସୁଦ୍ଧା ଡିଇଓଙ୍କୁ ପଠାଇବେ। ଜୁନ୍‌ ୮‌ରେ ଫିଜିକାଲ ମୋଡ୍‌ରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜୁନ୍‌ ୧୨ରେ ଜିଲାସ୍ତର‌େ‌ର ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୩ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ସ୍ବରୂପ ଯଥାକ୍ରମେ ୫ ହଜାର, ୩ ହଜାର ଏବଂ ୨ ହଜାର ଟଙ୍କା ମିଳିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories