www.samajalive.in
Friday, December 5, 2025
27.1 C
Bhubaneswar

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ମନଭରି ପ୍ରଶଂସା କଲେ

ସମାଜ ଡିଜିଟାଲ ଡେସ୍କ: ୧୪ ବର୍ଷୀୟ ଆଇପିଏଲ ବୈଭବ ସୂର‌୍ୟ୍ୟବଂଶୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ବିହାର ଗସ୍ତରେ ଥିବା ମୋଦୀ ପାଟନା ଜୟ ପ୍ରକାଶ ନାରାୟଣ ବିମାନ ବନ୍ଦରରେ ବୈଭବ ସୂର‌୍ୟ୍ୟବଂଶୀଙ୍କୁ ଭେଟିଛନ୍ତି । ଏହି ୧୪ ବର୍ଷୀୟ କ୍ରିକେଟ୍ ଖେଳାଳୀଙ୍କୁ ଭେଟିବା ପରେ ମୋଦୀ ତାଙ୍କର ମନ ଭରି ପ୍ରଂଶସା କରିଛନ୍ତି । କମ୍ ବୟସରୁ ଏତେ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ଏବଂ ମାତ୍ର ୩୫ ବଲରେ ଧୁଆଁଧାର ଶତକ କରି ସମସ୍ତ ବଡ ବଡ ଖେଳାଳୀଙ୍କୁ ଧରାଶାୟୀ କରିଦେବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଆକର୍ଷିତ କରିଥିଲା । ସେଥିପାଇଁ ସେ ପାଟନା ଏୟାରପୋର୍ଟରେ ବୈଭବ ସୂର‌୍ୟ୍ୟବଂଶୀଙ୍କୁ ଭେଟିଥିଲେ । ବୈଭବଙ୍କ ସହ ହାତ ମିଳାଇଥିଲେ ମୋଦୀ ଏବଂ ବୈଭବ ସୂର‌୍ୟ୍ୟବଂଶୀ ବି ମୋଦୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପ୍ରାୟ ୫ ମିନିଟର ଏବି ସାକ୍ଷାତକାର ଥିଲା । ମୋଦୀଙ୍କୁ ଭେଟିବା ଅବସରରେ ବୈଭବ ସୂର‌୍ୟ୍ୟବଂଶୀଙ୍କ ବାପା ମା ବି ଏହି ସମୟରେ ଉପସ୍ଥିତ ଥିଲେ । ପରେ ମୋଦୀ ନିଜ ଏକ୍ସ ଆକାଉଣ୍ଟରେ ଏହି ଫଟୋ ଓ ଭିଡିଓ ସେୟାର କରିଛନ୍ତି ।

ଆପଣ ସମସ୍ତେ ଜାଣିଛନ୍ତି, ବୈଭବ ସୂର‌୍ୟ୍ୟବଂଶୀଙ୍କୁ ମାତ୍ର ୧୪ ବର୍ଷ ବୟସ । ସେ ବିହାର ସମସ୍ତିପୁର ଅଞ୍ଚଳର । ସେ ପ୍ରଥମ ଥର ପାଇଁ ଚଳିତ ଆଇପିଏଲ ରାଜସ୍ଥାନ ରୟାର୍ସ ଟିମ ତରଫରୁ ଖେଳିଥିଲେ । ନିଜ ପ୍ରଥମ ମ୍ୟାଚ୍ ଗୁଜୁରାଟ୍ ଟାଇଟନ୍ସ ବିପକ୍ଷରେ ଖେଳଥିଲେ, ଯେଉଁଥିରେ ସେ ମାତ୍ର ୩୫ଟି ବଲ୍ ଖେଳି ଧୁଆଁଧାର ଶତକ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ମ୍ୟାଚରେ ବୈଭବ ସୂର‌୍ୟ୍ୟବଂଶୀ ଏକ ଡଜନରୁ ଅଧିକ ରେକର୍ଡ ଭାଙ୍ଗିଥିଲେ । ପ୍ରଥମ ସେ ମାତ୍ର ୧୪ ବର୍ଷରେ ଆଇପିଏଲ ଖେଳିଲେ, ଦ୍ବିତୀୟ ପ୍ରଥମ ଭାରତୀୟ ଭାବେ ଦ୍ରୁତତମ ଶତକ କରିଥଲେ । ଏହା କରି ସେ ୟୁସୁଫ୍ ପଠାନଙ୍କ ରେକର୍ଡ ଭାଙ୍ଗିଥିଲେ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories