www.samajalive.in
Monday, December 15, 2025
26.1 C
Bhubaneswar

ଭୁବନେଶ୍ୱର ଆରବିଆଇ ସମ୍ମୁଖରେ ଇଓଡବ୍ଲ୍ୟୁ ଟିମ୍‌‌

ଭୁବନେଶ୍ୱର : ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି ପଚରାଉଚରା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦ ହଜାରରୁ ଅଧିକ ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି। ଲୋକଙ୍କ ଆଧାରକାର୍ଡ ମଧ୍ୟ ଯାଞ୍ଚ କରାଯାଉଛି। କାହା ଟଙ୍କା କିମ୍ବା କିଏ ପଠେଇଛି ସେନେଇ ପଚରାଉଚରା କରାଯାଉଛି। ଦୈନିକ ପ୍ରାୟ ୭ ଶହ ଲୋକେ ଧାଡିରେ ରହି ଟଙ୍କା ବଦଳାଉଛନ୍ତି। ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories