ସାରା ରାଜ୍ୟରେ ପ୍ରବଳ ଗୁଳିଗୁଳି ଅବ୍ୟାହତ

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଜାରି ରହିଛି। ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲାଗୁଡ଼ିକ ହେଲା ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର ।

Comments are closed.