ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ । ଗତ ୩ ଦିନ ହେଲା ମାର୍କେଟ ବିଲ୍ଟିଂ ବନ୍ଦ ପରେ ଆଜିଠୁ ଖୋଲିଛି । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । ଫଳରେ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଥିଲା । ଆଜି ଏନେଇ ସେଂଟ୍ରାଲ ମାର୍କେଟ ସଂଘ ପକ୍ଷରୁ ବିଏମସି ଅଫିସ ଘେରାଉ କରାଯାଇଥିଲେ । ଘରୋଉ ପରେ ଅତିରିକ୍ତ ବିଏମସି କମିଶନରଙ୍କ ଆଲୋଚନା ହୋଇଥିଲା । ଆଲୋଚନା ପରେ ମାର୍କେଟ ବିଲ୍ଟିଂ ଖୋଲିବା ନେଇ ସୂଚନା ଦେଇଥିଲେ ସେଂଟ୍ରାଲ ମାର୍କେଟ ଆସେସିଏସନର ସଭାପତି ।

Comments are closed.