www.samajalive.in
Saturday, December 6, 2025
14.1 C
Bhubaneswar

ସହିଦନଗର-ସତ୍‌ସଙ୍ଗ ବିହାର ମଧ୍ୟରେ ତିଆରି ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ସହିଦନଗର-ସତ୍‌ସଙ୍ଗ ବିହାର ମଧ୍ୟରେ ତିଆରି ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଚିଠି ଆସିଛି। ଚିଠି ଆସିଥିବା ନେଇ  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତା’ସହିତ ସେ ଖୁସି ପ୍ରକଟ କରିଛନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଲେଖିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପୂରଣ ହୋଇଛି। ସହିଦ ନଗର ଓ ସତ୍‌ସଙ୍ଗ ବିହାର ମଧ୍ୟରେ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ।

- Advertisement -

ସତ୍‌ସଙ୍ଗ ବିହାରର ଶ୍ୟାମା ପ୍ରସାଦ ମୂଖାର୍ଜୀ ପାର୍କ ନିକଟରେ ଏହି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏହାର ଲମ୍ବ ୧୩୦୦ ମିଟର ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଏହା ସହିତ ଭୁବନେଶ୍ୱର ସ୍ଥିତ ଏନ୍‌ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ଫୁଟ୍ ଓଭର ବ୍ରିଜ୍‌ର ସବିଶେଷ ବ୍ୟୟ ଅଟକଳ ସହିତ ଡିଜାଇନ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories