ଭୁବନେଶ୍ଵର: ସ୍ୱାଧୀନତା ପରଠାରୁ ଭାରତର ସମ୍ପତ୍ତିର ବ୍ୟବଧାନ ଅଦୃଶ୍ୟ ସ୍ତରକୁ ବଢିଛି। ନୀତି ଅପେକ୍ଷା ପ୍ରଯୁକ୍ତିବିଦ୍ୟା ଆଗକୁ ଦୌଡ଼ିବା, ସ୍ୱୟଂଚାଳିତ କାର୍ଯ୍ୟ ଯୋଗୁଁ ଚାକିରି ଛାଡ଼ିବା, ଗିଗ୍-ଅର୍ଥନୀତିର ଅନିଶ୍ଚିତତା, ଜଳବାୟୁ ଜନିତ ବିସ୍ଥାପନ ଏବଂ ଦୀର୍ଘ ଦିନ ଧରି ଅସୁରକ୍ଷିତ ମନୋଭାବ ପୋଷଣ ସହିତ ଆମେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଆଡ଼କୁ ଗତି କରୁଛନ୍ତି। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ସାର୍ବଜନୀନ ମୌଳିକ ଆୟକୁ ଏକ ନୂତନ, ବାସ୍ତବବାଦୀ ଦୃଷ୍ଟିକୋଣ ଭାବେ ଗ୍ରହଣ କରିବା ଉଚିତ। ସାର୍ବଜନୀନ ମୌଳିକ ଆୟ ବହୁଳ ବେକାରୀକୁ ହ୍ରାସ କରିପାରିବ। ଭାରତ ଏପରି ଏକ ଦେଶ ଯେଉଁଠାରେ ଜନକଲ୍ୟାଣ ବ୍ୟବସ୍ଥା ଗୁଡ଼ିକ ପ୍ରାୟତଃ ଦକ୍ଷତା ବିହୀନ, ବିବାଦ ଏବଂ ଜଟିଳ ସମସ୍ୟାର ଭିତ୍ତିଭୂମି ଦ୍ୱାରା ପ୍ରଭାବିତ। ଏହି ପରିପ୍ରେକ୍ଷୀରେ ସାର୍ବଜନୀନ ମୌଳିକ ଆୟ ଏକ ମୌଳିକ ତଥା ସରଳ ଉପାୟକୁ ପ୍ରସ୍ତାବିତ କରେ; ପ୍ରତ୍ୟେକ ନାଗରିକଙ୍କୁ ଏକ ସାମୟିକ ଅଥବା ନିରନ୍ତର ଭାବରେ ଆୟ କିମ୍ବା ନିଯୁକ୍ତି ସ୍ଥିତି ନିର୍ବିଶେଷରେ ପ୍ରଦାନ କରେ। ସାର୍ବଜନୀନ ମୌଳିକ ଆୟର ପ୍ରାଥମିକ ଶକ୍ତି ଏହାର ସାର୍ବଜନୀନତାରେ ନିହିତ। ଯେଉଁଠାରେ ବିସମାର୍କ ଏବଂ ବେଭେରିଜ ଆଦି ମଡେଲ ଗୁଡ଼ିକ ପୂର୍ବ ନିଯୁକ୍ତି କିମ୍ବା ପ୍ରାଶାସନିକ ପ୍ରମାଣ ସହିତ ସୁରକ୍ଷାକୁ ସଂଯୋଗ କରନ୍ତି। ସାର୍ବଜନୀନ ମୌଳିକ ଆୟ ଏହାକୁ କେବଳ ନାଗରିକତା ମାପକାଠିରେ ନିର୍ଦ୍ଧାରିତ କରିଥାଏ।
ସାମାଜିକ ସୁରକ୍ଷାକୁ ଏକ ସୁଗମ, ଅଧିକାର-ଆଧାରିତ ସଂଲଗ୍ନରେ ପରିଣତ କରିଥାଏ। କୌଣସି ପ୍ରଶାସନିକ ତ୍ରୁଟି କିମ୍ବା ସର୍ତ୍ତମୂଳକ ପ୍ରବେଶ ଯୋଗୁଁଁ କେହି ଯେପରି ବଞ୍ଚିତ ନ ହୁଅନ୍ତି, ଏହା ସମସ୍ତଙ୍କ ପାଇଁ ଆୟ ସୁରକ୍ଷାର ଏକ ମୌଳିକ ସ୍ତର ସୃଷ୍ଟି କରିବା ଲକ୍ଷ୍ୟ ରଖିଛି। ଯୋଜନା ଗୁଡ଼ିକର କୁପରିଚାଳନା ଓ ଆନୁଷଙ୍ଗିକ ବ୍ୟବସ୍ଥାର ବିସଙ୍ଗତିର ଶିକାର ହୋଇ ଯଦିଓ ଭାରତର ବର୍ତ୍ତମାନ ଜନକଲ୍ୟାଣକାରୀ ଦୃଶ୍ୟପଟ ବ୍ୟାପକ, ବିଖଣ୍ଡିତ ଏବଂ ଅସମାନ ରହିଛି, ତଥାପି ବିଶେଷ ଭାବରେ ଏହାର ଆଧାର ଏବଂ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ପ୍ଲାଟଫର୍ମ ଭଳି ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ହେବା, ସାର୍ବଜନୀନ ମୌଳିକ ଆୟ କଲ୍ୟାଣକାରୀ ବିତରଣକୁ ସୁବ୍ୟବସ୍ଥିତ କରିବା ପ୍ରୋତ୍ସାହିତ କରେ।
ଏହି ବର୍ଷ ପ୍ରାରମ୍ଭରେ ପ୍ରେସ୍ ସୂଚନା ବ୍ୟୁରୋ ଦାବି କରିଥିଲା ଯେ, ଭାରତ ଆୟ ସମାନତାରେ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନରେ ଅଛି। ତଥାପି, ଏହି ଆକଳନ ଆୟ କିମ୍ବା ସମ୍ପତ୍ତି ନୁହେଁ, ପାରିବାରିକ ଖର୍ଚ୍ଚ ଉପରେ ଧ୍ୟାନ ଦିଏ ଏବଂ ସେହିପରି ଅର୍ଥନୈତିକ ଅସମାନତାର ପ୍ରକୃତ ସୀମାକୁ ଦର୍ଶାଏ ନାହିଁ। ବିଶ୍ୱ ଅସମାନତା ଡାଟାବେସ୍ ଅନୁଯାୟୀ, ୨୦୧୩ ମସିହାରେ ଭାରତର ସମ୍ପତ୍ତି ଅସମାନତାକୁ ଦର୍ଶାଏ। ଜନସଂଖ୍ୟାର ଶୀର୍ଷ ୧ ପ୍ରତିଶତଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ରହିଛି। ଏପରିକି ଶୀର୍ଷ ୧୦ ପ୍ରତିଶତଙ୍କ ପାଖରେ ପ୍ରାୟ ୭୭ ପ୍ରତିଶତ ସମ୍ପତ୍ତି ରହିଛି।
ଅନୁରୂପ ଭାବରେ ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧିକୁ ନେଇ ଦ୍ବନ୍ଦ୍ବ ରହିଛି। ଏହି ବିଚ୍ଛିନ୍ନତା ଦ୍ୱାରା ୨୦୨୩ ବିଶ୍ୱ ଖୁସି ରିପୋର୍ଟରେ ୧୩୬ ଦେଶ ମଧ୍ୟରୁ ନେପାଳ, ବାଂଲାଦେଶ ଏବଂ ପାକିସ୍ତାନ ପଛରେ ଭାରତ ୧୨୬ତମ ସ୍ଥାନରେ ରହିଥିଲା। ମୋଟ ଘରୋଇ ଉତ୍ପାଦ କେନ୍ଦ୍ରିକ କାହାଣୀ ଗୁଡ଼ିକ ବଢ଼ୁଥିବା ଅନିଶ୍ଚିତତା, ଅସୁରକ୍ଷିତ ଚାକିରି ଏବଂ ସାମାଜିକ ଚାପକୁ ଅସ୍ପଷ୍ଟ କରିଥାଏ।
ଏକ ସାର୍ବଜନୀନ ମୌଳିକ ଆୟ ଗରିବ ପରିବାରର ଅନୁଭବ ଅନୁଭୂତିକୁ କିଛି ନୂଆ ରୂପ ଦେବ। ସ୍ୱୟଂଚାଳିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ସାର୍ବଜନୀନ ମୌଳିକ ଆୟର ଆବଶ୍ୟକତାକୁ ଯୋଡ଼ି ରଖିଥାଏ। ମ୍ୟାକକିନସେ ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁଯାୟୀ, ସ୍ୱୟଂଚାଳିତ ଯୋଗୁଁଁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୮୦୦ ନିୟୁତ ପର୍ଯ୍ୟନ୍ତ ଚାକିରି ସ୍ଥାନାନ୍ତରିତ ହୋଇପାରେ। ଭାରତର ଅର୍ଦ୍ଧ-କୁଶଳୀ ଏବଂ ଅନୌପଚାରିକ କର୍ମ ସଂସ୍ଥାନ ବିଶେଷ ଭାବରେ ଦୁର୍ବଳ। ଏହି ପରିବର୍ତ୍ତନ ସମୟରେ ସାର୍ବଜନୀନ ମୌଳିକ ଆୟର ବଫର ପରି ଅପ୍ରୀତିକର ପ୍ରଭାବକୁ ହ୍ରାସ କରିପାରିବ, ଯାହା ଶ୍ରମ ବଜାରରେ ଦକ୍ଷତା ବୃଦ୍ଧି ଏବଂ ପୁନଃସ୍ଥାପନ ପାଇଁ ସୁଯୋଗ ଆଣିବ।
ସାର୍ବଜନୀନ ମୌଳିକ ଆୟର ଦୃଷ୍ଟିଭଙ୍ଗୀ ମଧ୍ୟ ସମାନ ଭାବରେ ଆକର୍ଷଣୀୟ। ଦୀର୍ଘ ଦଶନ୍ଧି ଧରି, ନାଗରିକ ଏବଂ ରାଜ୍ୟ ମଧ୍ୟରେ ସମ୍ପର୍କ ମୁଖ୍ୟତଃ କାରବାରମୂଳକ, ବିପଣନ ଏବଂ ଆର୍ଥିକ ଅବଦାନ ଦ୍ୱାରା ପରିଚାଳିତ ହୋଇଛି। ଶ୍ରୁତି କପିଲାଙ୍କ ସମାଲୋଚନାରେ, ସର୍ବସାଧାରଣ ମୌଳିକ ଆୟ ଲୋକବାଦୀ, ଗ୍ରାହକ-ଭୋଟର ପରି ଭୋଟର ରାଜନୀତି ପାଇଁ ଏକ ସାଂରଚନିକ ପ୍ରତିଷେଧକ ପ୍ରଦାନ କରେ। ବିଭିନ୍ନ ଦଳଗୁଡ଼ିକ କ୍ଷଣସ୍ଥାୟୀ ଆନୁଗତ୍ୟ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ନାଗରିକକୁ ଏକ ସାଧାରଣ, ନିରନ୍ତର ନଗଦର ଗ୍ୟାରେଣ୍ଟି ଦେଇ, ମାଗଣା ବଣ୍ଟନ, ଋଣ ଛାଡ଼ ଆଦି ନିୟୋଜିତ ରାଜନୈତିକ ପ୍ରୋତ୍ସାହନ ବଢାଇଥାନ୍ତି। ଏହି ପ୍ରରିପ୍ରେକ୍ଷୀରେ ସାର୍ବଜନୀନ ମୌଳିକ ଆୟ ଉପଭୋକ୍ତାବାଦ(ମୋତେ ଭୋଟ ଦିଅ, ସବସିଡିଯୁକ୍ତ ବିଦ୍ୟୁତ୍ ୟୁନିଟ୍ ପାଅ) ଅପେକ୍ଷା ନୀତି ନାଗରିକତାକୁ ଫେରାଇ ଆଣେ (ତୁମର ପୂର୍ବରୁ ଏକ ମୌଳିକ ଅର୍ଥନୈତିକ ଅଧିକାର ଅଛି; ଏବେ ସୁଶାସନ ଦାବି କର) ହେବା ଜରୁରୀ।
ତେବେ ସାର୍ବଜନୀନ ମୌଳିକ ଆୟକୁ ଦାୟିତ୍ୱପୂର୍ଣ୍ଣ ଭାବରେ ପାଣ୍ଠି ଦିଆଯାଉ, ଆବଶ୍ୟକତା ପୂରଣ ପାଇଁ ପୂର୍ବ ପ୍ରସ୍ତୁତି କରାଯାଉ। ଭବିଷ୍ୟତର ମୂଲ୍ୟ ବୃଦ୍ଧି ପାଇଁ ନୁହେଁ, ବରଂ ଜଟିଳ ସମୟରେ ଏକ ସହଜ ସମାଧାନର ସୂତ୍ର ପରି ଏହା କରାଯାଉ। ସାର୍ବଜନୀନ ମୌଳିକ ଆୟକୁ ଆର୍ଥିକ ଦୃଷ୍ଟିରୁ ଅବ୍ୟବହାଯ୍ୟ କିମ୍ବା ରାଜନୈତିକ ଭାବରେ ବିପଦପୂର୍ଣ୍ଣ ଭାବେ ଖାରଜ କରିବା ପରିବର୍ତ୍ତେ, ଆମେ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ। ଦାରିଦ୍ର୍ୟ ଓ ଅସମାନତା ହ୍ରାସ ଏବଂ ଗଣତାନ୍ତ୍ରିକ ନାଗରିକତାକୁ ସୁଦୃଢ଼ କରିବା ପାଇଁ ଏହାକୁ ଏକ ଉପକରଣ ଭାବରେ କାର୍ଯ୍ୟକ୍ଷମ କରିବା।
ଏହା ସ୍ୱୀକାର କରିବା ଗୁରୁତ୍ୱପୂର୍ଣ୍ଣ ଯେ ସାର୍ବଜନୀନ ମୌଳିକ ଆୟ ଏକ ମହୌଷଧି ନୁହେଁ। ଏହା ନିଜେ ଚାକିରି ସୃଷ୍ଟି କରିବ ନାହିଁ, ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବ ନାହିଁ, କିମ୍ବା ଶିକ୍ଷା ଫଳାଫଳକୁ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ଏହା ଏକ ଆଧାର ଭାବରେ କାର୍ଯ୍ୟ କରିପାରିବ; ଏକ ସର୍ବନିମ୍ନ ସ୍ତରର ଆର୍ଥିକ ସୁରକ୍ଷା ପ୍ରଦାନ କରିପାରିବ ଯାହା ଉପରେ ବ୍ୟକ୍ତିମାନେ ସଂସ୍ଥାପିତ ଭାବରେ ଏବଂ ଈପ୍ସିତ ଜୀବନ ଗଠନ କରିପାରିବେ।
ଏହାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ସତ୍ତ୍ୱେ, ଏହା ଯଥାର୍ଥରେ ଚିନ୍ତା ସୃଷ୍ଟି କରୁଛି। ପ୍ରତି ବ୍ୟକ୍ତି ପାଇଁ ବାର୍ଷିକ ସର୍ବନିମ୍ନ ୭,୬୨୦ ଟଙ୍କା ସାର୍ବଜନୀନ ମୌଳିକ ଆୟ ଯାହା ଦାରିଦ୍ର୍ୟ ସୀମାରେଖା ସହିତ ସମତୁଲ – ଭାରତର ମୋଟ ଘରୋଇ ଉତ୍ପାଦର ପ୍ରାୟ ୫% ଖର୍ଚ୍ଚ ହେବ। ଏପରି ପଦକ୍ଷେପ ପାଇଁ ପାଣ୍ଠି ଯୋଗାଇବା ପାଇଁ ଟିକସ ବୃଦ୍ଧି, ସବସିଡିକୁ ଯୁକ୍ତିଯୁକ୍ତ କରିବା, କିମ୍ବା ଋଣ ବୃଦ୍ଧି କରିବା ଆବଶ୍ୟକ ହେବ; ଯାହାର ପ୍ରତ୍ୟେକଟିର ଏହାର ଆର୍ଥିକ ପ୍ରଭାବ ଅଛି। ଅଧିକନ୍ତୁ, ସାର୍ବଜନୀନ ମୌଳିକ ଆୟର ସାର୍ବଜନୀନତା ଗରିବଙ୍କ ସହିତ ସମୃଦ୍ଧ ବର୍ଗକୁ ସମ୍ବଳ ବଣ୍ଟନ କରି ଏହାର ପୁନଃବଣ୍ଟନ ଉଦ୍ଦେଶ୍ୟକୁ ଦୁର୍ବଳ କରିପାରେ। ଏକ ବ୍ୟାବହାରିକ ଉପାୟ ହେଉଛି ପର୍ଯ୍ୟାୟକ୍ରମେ ସାର୍ବଜନୀନ ମୌଳିକ ଆୟକୁ ପ୍ରଚଳନ କରିବା। ଦୁର୍ବଳ ଗୋଷ୍ଠୀ – ମହିଳା, ବୃଦ୍ଧ, ଅକ୍ଷମ ବ୍ୟକ୍ତି ଏବଂ ନିମ୍ନ ଆୟକାରୀ ଶ୍ରମିକଙ୍କୁ ପ୍ରାଥମିକତା ଦିଆଯାଇପାରିବ। ଏହି ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ପୂର୍ବରୁ ମୂଲ୍ୟାଙ୍କନ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ଅନୁମତି ଦେବ। ସାର୍ବଜନୀନ ମୌଳିକ ଆୟ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ମନରେଗା ଭଳି ଅତ୍ୟାବଶ୍ୟକ ଯୋଜନା ଗୁଡ଼ିକୁ ପ୍ରତିସ୍ଥାପନ କରିବା ପରିବର୍ତ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରିପୂରକ ମଧ୍ୟ ହୋଇପାରେ। ଆଉ ଏକ ପ୍ରମୁଖ ଆହ୍ୱାନ ହେଉଛି ପ୍ରଯୁକ୍ତିବିଦ୍ୟାର ପ୍ରବେଶ। ଆଧାର ଏବଂ ଜନଧନ ଆର୍ଥିକ ଅନ୍ତର୍ଭୁକ୍ତିକୁ ବିସ୍ତାର କରିଥିବା ବେଳେ, ଡିଜିଟାଲ୍ ସାକ୍ଷରତା, ମୋବାଇଲ୍ ପ୍ରବେଶ ଏବଂ ବ୍ୟାଙ୍କ ସଂଯୋଗରେ ବିଶେଷକରି ଆଦିବାସୀ, ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ଅନେକ ବ୍ୟତିକ୍ରମ ରହିଛି। ସାର୍ବଜନୀନ ହେବାକୁ ଉଦ୍ଦିଷ୍ଟ ଯୋଜନାରୁ ବାଦ ପଡ଼ିବା ରୋକିବା ପାଇଁ ଏହି ବ୍ୟତିକ୍ରମଗୁଡ଼ିକୁ ପୂରଣ କରାଯିବା ଆବଶ୍ୟକ। ବର୍ତ୍ତମାନ ଭାରତ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଠିଆ ହୋଇଛି। ମହାମାରୀ ପରବର୍ତ୍ତୀ ଅର୍ଥନୀତି, ବଢ଼ୁଥିବା ଅସମାନତା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ସାମାଜିକ ଚୁକ୍ତିନାମାର ମୌଳିକ ପୁନର୍ବିଚାର ଦାବି କରେ। ସାର୍ବଜନୀନ ମୌଳିକ ଆୟ କେବଳ ଏକ ନୀତିଗତ ନବସୃଜନ ନୁହେଁ; ବରଂ ନୀତିର ପୁନଃପ୍ରତିଷ୍ଠା ଅର୍ଥନୈତିକ ପରିସ୍ଥିତିରେ ଜନସେବା ଲାଗି ଉଚିତ, ଅନ୍ୟ ଉପାୟରେ ନୁହେଁ।
ରାଜ୍ୟ ଏହାର ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାକୁ ଚାହୁଁଥିବା ବେଳେ, ଆଲୋଚନାରେ ସାର୍ବଜନୀନ ମୌଳିକ ଆୟ, ଏକ ପ୍ରାଥମିକତା। ସାର୍ବଭୌମତା ମାନଦଣ୍ଡ ଭିତ୍ତିକ ପରୀକ୍ଷଣ ନୁହେଁ, ସାର୍ବଜନୀନତା ହେଉଛି ଏକବିଂଶ ଶତାବ୍ଦୀର କଲ୍ୟାଣକାରୀ ରାଷ୍ଟ୍ର ପାଇଁ ପ୍ରକୃତ ପକ୍ଷେ ଉପଯୁକ୍ତ।



