www.samajalive.in
Saturday, December 6, 2025
16.1 C
Bhubaneswar

ନୂଆଖାଇରେ ଭୁବନେଶ୍ବର ଜିଲା ବିଜେଡ଼ିର ନବ କଳେବର: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଭୁବନେଶ୍ବର: ନୂଆଖାଇରେ ଭୁବନେଶ୍ବର ଜିଲା ବିଜେଡ଼ିର ହୋଇଛି ନବ କଳେବର । ନବନିଯୁକ୍ତ ଜିଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସୁପାରିଶ ଆଧାରରେ ନୂତନ କମିଟିକୁ ଅନୁମୋଦନ କରିଛନ୍ତି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

(ଦେଖନ୍ତୁ ପୁରା ତାଲିକା)

- Advertisement -

BJD BBSR DISTRICT COMMITTEE

ସଙ୍ଗଠନକୁ ସୁଦୃଢ଼ କରିବାକୁ ଜିଲା ସଭାପତି ପ୍ରସ୍ତୁତ କରିଛନ୍ତି ନିଜର ବିଶାଳ ଟିମ୍ । ଏହି ଟିମରେ ରାଜଧାନୀର ୩ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଦୃଷ୍ଟିରେ ରଖି ୨୭ ଜଣ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି । ସହରର ବିଭିନ୍ନ ପ୍ରାନ୍ତରୁ ଏହି ପରାମର୍ଶଦାତାମାନଙ୍କୁ ବଛା ଯାଇଛି । ସନ୍ତୋଷ ମହାନ୍ତି, ପ୍ରତାପ ଜେନା, ଦୀପକ କୁମାର ମହାପାତ୍ର, ନିରୂପମା ଦାସ, ଅଶୋକ କୁମାର ବିଶୋୟୀ, ମନୋରଞ୍ଜନ ମହାନ୍ତି, ଅବନୀ ପାଟ୍ଟଶାଣୀ, ଗୟାଧର ସ୍ବାଇଁ ଜଗନ୍ନାତ ମହାପାତ୍ର, ଶ୍ରୀଧର ଜେନା, ଏସ୍.କେ.ନିଜାମୁଦ୍ଦିନ, ରାଜେନ୍ଦ୍ର ଆଚାର୍ଯ୍ୟ, ସୁଦାମ ସ୍ବାଇଁ, ବୁଦ୍ଧିରାମ ସାହୁ, ରାମନାଥ ସାମନ୍ତରାୟ, ଏସ୍.କେ.ନୱାଜ, ରହେମାନ, ପ୍ରକାଶ ବସ୍ତିଆ, ମିହିର ମହାନ୍ତି, ସମରେନ୍ଦ୍ର ସାହୁ, ପ୍ରଦୀପ୍ତ ମିଶ୍ର, ଶିବ ଛୋଟରାୟ, ଅନୁପ ଖୁଣ୍ଟିଆ, ପବିତ୍ର ମୋହନ ସ୍ବାଇଁ, ଦିଲୀପ ଦାଶଶର୍ମା, ବ୍ରଜକିଶୋର ସ୍ବାଇଁ, ଅଜୟ କୁମାର ମହାନ୍ତି ପ୍ରମୁଖ ପରାମର୍ଶଦାତା ରହିଛନ୍ତି । ଜିଲା ବିଜେଡ଼ି କୋଷାଧ୍ୟକ୍ଷ ରୂପେ ୱାର୍ଡ଼ ନମ୍ବର ୪୧ରୁ ଅଖିଳ ମହାପାତ୍ରଙ୍କୁ ମନୋନୀତ କରାଯାଇଛି ।

ଏମାନଙ୍କ ବ୍ୟତୀତ ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତରୁ ୨୪ ଜଣ ଉପସଭାପତି, ୨୩ ଜଣ ସାଧାରଣ ସମ୍ପାଦକ,୭୯ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି ଥିବା ସୂଚନା ଦେଇଛି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories