www.samajalive.in
Friday, December 5, 2025
17.1 C
Bhubaneswar

୪୮ ଘଣ୍ଟା ଭୁବନେଶ୍ଵର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ଘର ବାହାରେ ବୁଲିଲେ ଉଠାଇନେବ ପୁଲିସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ଏବଂ ଭଦ୍ରକ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍‌ ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। କରୋନା ଭୂତାଣୁ ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁକ୍ରବାର ମଧ୍ୟାହ୍ନରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ଦେଇଛନ୍ତି। ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ଏହି ସମୟରେ କେହି ଘରୁ ବାହାରିବେ ନାହିଁ। ଘରୁ ବାହାରିଲେ ପୁଲିସ ଏବଂ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଉଠାଇନେବ। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁଇଟି ସହରରେ ଯଦି କୌଣସି ବ୍ୟକ୍ତି ସଟ୍‌ ଡାଉନ ନିୟମ ଉଲ୍ଲଂଘନ କରିବେ, ତେବେ ସେମାନଙ୍କୁ ସରକାରଙ୍କ ସ୍ବତନ୍ତ୍ର କ୍ବାରେଣ୍ଟାଇନ କେନ୍ଦ୍ରରେ ଅଲଗା ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ସେହିପରି ମାଛ, ମାସଂ, ଅଣ୍ଡା, ପନିପରିବା ଦୋକାନ ବନ୍ଦ ରହିବ। ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଅତି ଜରୁରୀ ନ ଥିଲେ କେହି ମେଡିକାଲ ଯିବେ ନାହିଁ। କେଉଁ ଅଞ୍ଚଳରେ କେତେ ଔଷଧ ଦୋକାନ ଖୋଲା ରହିବ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ତେବେ କଟକ-ଖୋର୍ଦ୍ଧା ରୋଡ୍‌ରେ ଅତ୍ୟାବଶ୍ରକ  ସାମଗ୍ରୀ ପରିବହନକାରୀ ଗାଡ଼ିଗୁଡ଼ିକ ଚଳାଚଳ କରିପାରିବ। ଏହି ରାସ୍ତାକୁ ବନ୍ଦ କରାଯିବ ନାହିଁ। ଲୋକମାନେ ଛାନିଆ ନ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ ୪ ରୋଗୀ ଭୁବନେଶ୍ଵରରୁ ଚିହ୍ନଟ ହୋଇଥିବାବେଳେ ୨୦ ପ୍ରତିଶତ ବା ଜଣେ ରୋଗୀ ଭଦ୍ରକ ସହରରେ ଚିହ୍ନଟ ହୋଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରଥମ ୪ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିଲା। ସେମାନେ ରାଜ୍ୟ ବାହାର କିମ୍ବା ଦେଶ ବାହାରକୁ ଯାଇଥିଲେ। କିନ୍ତୁ ୫ ରୋଗୀ, ଯିଏକି ଭୁବନେଶ୍ଵରର ସୂର୍ଯ୍ୟନଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଅର୍ଥାତ୍‌ ସେ ଓଡ଼ିଶା ବାହାରକୁ ଯାଇନାହାନ୍ତି। ଫଳରେ କେଉଁଠି ନା କେଉଁଠି ସମୂହ ସଂକ୍ରମଣର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୂର୍ଯ୍ୟନଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ଏହି ସମୂହ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ଲାଗି ୪୮ ଘଣ୍ଟାର ସଟ୍‌ ଡାଉନ ନିଷ୍ପତ୍ତି ହୋଇଛି। ଏହି ସମୟରେ ୫ମ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଠାବ କରାଯିବା ସହିତ କିପରି ୫ମ ବ୍ୟକ୍ତି ଜଣକ ଆକ୍ରାନ୍ତ ହେଲେ ତାହାର ଯାଞ୍ଚ କରାଯିବ ବୋଲି ମୁଖ୍ୟ ସଚିବ ତ୍ରିପାଠୀ କହିଛନ୍ତି। ଭଦ୍ରକରେ ମଧ୍ୟ ଅନୁରୂପ ନିୟମ ଲାଗୁ ହେବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories