ତୀର୍ଥରେ ଗଲେ ୯୭୦ ବରିଷ୍ଠ ନାଗରିକ ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୂରଣ ହୋଇଛି ବରିଷ୍ଠ ନାଗରିକଙ୍କ ଇଚ୍ଛା। ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ କୋଲକାତା-କାମାକ୍ଷା ଅଭିମୁଖେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି।
ଏହି ତୀର୍ଥଯାତ୍ରା ଯୋଜନା ତୀର୍ଥରେ ଗଲେ ୯୭୦ ବରିଷ୍ଠ ନାଗରିକ। ସମ୍ବଲପୁର ଷ୍ଟେସନରୁ ୮ ଜିଲା ସୁନ୍ଦରଗଡ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଦେବଗଡ ଜିଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଏହି ସମୟରେ ଷ୍ଟେସନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ କୋଲକାତା ଓ କାମାକ୍ଷା ନଗର ବୁଲିବେ।
Comments are closed.