www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀଲଙ୍କାରୁ ଫେରିଲେ ଫସିଥିବା ୪ ଓଡିଆ ଶ୍ରମିକ

ଭୁବନେଶ୍ୱର: ଦଲାଲ ଜରିଆରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇ ସେଠାରେ ଫସିଥିବା୧୧ ଜଣ ଓଡିଆ ଶ୍ରମିକଙ୍କ ମଧ୍ୟରୁ ରବିବାର ୪ ଜଣ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି। ଫେରିଆସିଥିବା ୪ ଜଣ ଶ୍ରମିକ ହେଲେ ଖୋର୍ଦ୍ଧା ଜିଲା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ।

ସୂଚନା ଅନୁଯାୟୀ, ଗଣମାଧ୍ୟମରେ ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକଙ୍କ ନିର୍ଯ୍ୟାତନାର ଖବର ପ୍ରସାରଣ ପରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ଏହି ନିର୍ଯ୍ୟାତିତ ଶ୍ରମିକମାନଙ୍କ ସହିତ ସମ୍ପର୍କ କରିଥିଲେ। ଫସିଥିବା ସମସ୍ତ ଓଡିଆ ଲୋକଙ୍କ ଘର ବାଣପୁର ଓ ବାଲୁଗାଁ ଅଞ୍ଚଳର ବୋଲି ଜଣାପଡିଥିଲା । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଣ୍ଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯିବା ସହିତ ଭଲ ଖାଇବାକୁ ଦିଆଯାଉନଥିବା ସେମାନେ ଭିଡିଓ ଜରିଆରେ ଅଭିଯୋଗ କରି ସେମାନଙ୍କର ଫେରିବା ନେଇ ସହାୟତା କରିବାକୁ ନିବେଦନ କରିଥିଲେ। ଓଡିଶାର ଜଣେ ଦଲାଲ ଏହି ଲୋକଙ୍କୁ ନେଇ ସେଠାରେ ଜଣେ ଠିକାଦାରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ ଜଣ ଶ୍ରମିକଙ୍କୁ ଓଡିଶା ଫେରାଇ ଅଣାଯାଇଛି। ଶ୍ରୀଲଙ୍କାରେ ଥିବା ବାକି ୭ ଜଣ ଓଡିଆ ଶ୍ରମିକଙ୍କ ଫେରିବା ନେଇ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଥିବା କହିଛନ୍ତି।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories