www.samajalive.in
Saturday, December 6, 2025
19.1 C
Bhubaneswar

ଏନ୍‌ଆଇଆର୍‌ଏଫ୍‌ ଓଭରାଲ୍‌ ରାଙ୍କିଂ: ଶ୍ରେଷ୍ଠ ୧୦୦ରେ ନିଟ୍‌ ରାଉରକେଲା ସହିତ ସୋଆ ଓ କିଟ୍‌ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷାଦାନ, ଗବେଷଣା ଓ ବୃତ୍ତିଗତ ଅଭ୍ୟାସ, ସ୍ନାତକଙ୍କ ପାସ୍‌ହାର, ଅନୁଭୂତି ଏବଂ ଆଉଟ୍‌ରିଚ୍‌ ଆଣ୍ଡ ଇନ୍‌କ୍ଲ୍ୟୁସିଭ୍‌କୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏନ୍‌ଆଇଆର୍‌ଏଫ୍‌(ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ) ରାଙ୍କିଂ ଆଜି ପ୍ରକାଶ ପାଇଛି। ଏଥିରେ ଓଭରଅଲ୍‌ କ୍ୟାଟାଗରିରେ ୧୦୦ଟି ଶିକ୍ଷାନୁଷ୍ଠାନକୁ ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ମାଡ୍ରାସ୍‌ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସାଇନ୍ସ, ବେଙ୍ଗାଲୁରୁ ଓ ତୃତୀୟ ସ୍ଥାନରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଦିଲ୍ଲୀ ରହିଛି। ଏହି ଓଭରଅଲ୍‌ କ୍ୟାଟାଗରି ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ତାଲିକାରେ ଓଡ଼ିଶାରୁ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ନିଟ୍‌), ରାଉରକେଲା ସହିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ), ଭୁବନେଶ୍ବର ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(କିଟ୍‌), ଭୁବନେଶ୍ବର ସ୍ଥାନ ପାଇଛି। ସେଥିମ୍ୟରେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ରାଉରକେଲାକୁ ୫୧.୮୭ ପଏଣ୍ଟ ସ୍କୋର କରି ୩୨ତମ ଏନ୍‌ଆଇଆର୍‌ଏଫ୍‌ ରାଙ୍କ ପାଇଛି। ସେହିପରି ଭୁବନେଶ୍ବର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୫୦.୯୭ ସ୍କୋର କରି ୩୮ ସ୍ଥାନରେ ରହିଛି। ସେହିପରି ଭୁବନେଶ୍ବର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ୫୦.୨୪ ସ୍କୋର କରି ୪୪ତମ ସ୍ଥାନ ଅଧିକାର କରିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories