www.samajalive.in
Monday, December 15, 2025
16.1 C
Bhubaneswar

କାର୍ଯ୍ୟକ୍ଷମ ପରେ ନ୍ୟୁ ରେଳଷ୍ଟେସନ ଶୂନଶାନ : ଅଟକୁନି ରେଳ, ଆସୁନାହାନ୍ତି ଯାତ୍ରୀ

ଭୁବନେଶ୍ବର : ଆକର୍ଷଣ ହରାଉଛି ଭୁବନେଶ୍ବର ନ୍ୟୁ ରେଳ ଷ୍ଟେସନ। ଖାଁ ଖାଁ ରହୁଛି ରେଳଷ୍ଟସନ କେବଳ ରେଳବାଇ କର୍ମଚାରୀ ଏବଂ ମାଲବାହି ଟ୍ରେନ କୁ ଛାଡି ଦେଲେ ଷ୍ଟେସନରେ ଜଣେ ମଧ୍ୟ ଯାତ୍ରୀ ଦେଖିବାକୁ ମିଳୁ ନାହଁନ୍ତି। ଫଳରେ ଭୁବନେଶ୍ବର ନ୍ୟୁ ରେଳ‌େ‌ଷ୍ଟସନ ନିର୍ମାଣ ପ୍ରକୃତ ଉଦେଶ୍ୟ ସାଧିତ ହୋଇ ପାରିନି।
ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରଣୀଉଦ୍ୟାନ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନ୍ୟୁ ଭୁବନେଶ୍ବର ରେଳ ଷ୍ଟେସନ ପ୍ରତିଷ୍ଠା ହୋଇଥିଲା। ୧୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ନ୍ୟୁ ଭୁବନେଶ୍ବର ରେଳଷ୍ଟେସନରେ ୧୭ ଜୁଲାଇ ୨୦୧୮ ମସିହାରେ ପ୍ରଥମ କରି ପାସେଞ୍ଜର ଟ୍ରେନରେ ଯାତ୍ରା କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବର୍ତ୍ତମାନ କରୋନା କଟକଣା କାରଣରୁ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିଛି। ଫଳରେ ଏଠରେ କୈଣସି ଯାତ୍ରୀବାହୀ ଟ୍ରେନ୍‌ ରହୁନାହଁି। ରେଳବାଇ ପକ୍ଷରୁ ସୂଚନା ମିଳିଛି ଯେ ପାସେଞ୍ଜର ଟ୍ରେନରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉନାହଁାନ୍ତି। ଫଳରେ ଭୁବନେଶ୍ବରରେ ଥିବା ସମସ୍ତ ପାସେଞ୍ଜର ହଲ୍ଟ କୁ ଅନିର୍ଦି‌ଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି। ରେଳବାଇ ନିୟମ ମୁତାବକ ସର୍ବନିମ୍ନ ୫୦ ଯାତ୍ରୀ ହେଉନଥିବା ଷ୍ଟେସନ ଏବଂ ପାସେଞ୍ଜର ହଲ୍ଟ ଗୁଡିକରେ ଟ୍ରେନ ରହଣୀ ବନ୍ଦ ରହିଛି।

କରୋନା କଟକଣା କୋହଳ ହେବା ପରେ ରାଜଧାନୀର ପ୍ରାୟ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିଛି। ସହରକୁ ଅନେକ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢିବାରେ ଲାଗିଛି। ତେବ ନ୍ୟୁ ଭୁବନେଶ୍ବର ରେଳ‌‌େ‌ଷ୍ଟସନ ନିକଟରେ ଥିବା ନନ୍ଦନକାନନ ଚିଡିଆଖାନା କୁ ଦୈନିକ ରେକୋର୍ଡ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଏଠାରୁ ରେଳ ଚଳାଚଳ ସେବା ଆରମ୍ଭ କରାଯାଉନଥିବାରୁ ପର୍ଯ୍ୟଟକ ଏସୁବିଧା ପାଇପାରୁ ନାହଁନ୍ତି।
ମୁଖ୍ୟ ଷ୍ଟେସନରେ ଯାତ୍ରୀ ଭାରକୁ କିଛି ମାତ୍ରାରେ ହ୍ରାସ କରିବା ଏବଂ ପର୍ଯ୍ୟଟନ ସ୍ଥଳ ନନ୍ଦନକାନନକୁୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ମୁଖ୍ୟ ରେଳଷ୍ଟେସନରୁ ୧୨ କି.ମି ଦୂରରେ ନିର୍ମାଣ ହୋଇଥିଲା ନ୍ୟୁରେଳ ଷ୍ଟେସନ। ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନରେ ୬ଟି ପ୍ଲାଟଫର୍ମ ରହିଥିବା ବେଳେ ଏଠାରେ ୭ଟି ପ୍ଲାଟଫର୍ମ ଥିବେଳେ ୯ଟି ଟ୍ରାକ ଅଛି। ଦୈନିକ ୫ଟି ପାସେଞ୍ଜର ଟ୍ରେନ ମଧ୍ୟରେ ଅନୁଗୋଳ – ପୁରୀ, ତାଳଚେର – ପୁରୀ, ଭଦ୍ରକ-ଭୁବନେଶ୍ବର, ହାଓଡ଼ା- ପୁରୀ, କଟକ ବ୍ରହ୍ମପୁର, ରାଉରକେଲା- ପୁରୀକୁ ଯାଉଥିବା ପାସେଞ୍ଜର ଟ୍ରେନ ଅଟକୁଥିଲା। ପ୍ରାଥମିକ ପର୍ଯ୍ୟାୟରେ କିଛି ପାସେଞ୍ଜର ଟ୍ରେନ ଅଟକୁ ଥିବାବେଳେ ଯାତ୍ରୀ ସଂଖ୍ୟାରେ ବୃଦ୍ଧି ଘଟିଲେ ଆଗାମୀ ଦିନରେ ଅଧିକ ଟ୍ରେନ ଅଟକିବା ନେଇ ଯୋଜନା ମଧ୍ୟ ଥିଲା। ଏବେ ଯାତ୍ରୀ ସଂଖ୍ୟା ବଢିନଥିବାରୁ ହେଉନଥିବାରୁ ବର୍ତ୍ତମାନ ଏଠାରୁ ଯାତ୍ରୀ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି।
ସ୍ଥାନୀୟ ଅଞ୍ଚଳରେ ରେଳ ‌େ‌ଷ୍ଟସନ ନିର୍ମାଣ ହୋଇଥିବାରୁ ସ୍ଥାନୀୟ ବ୍ୟବସାୟୀ ଅଟୋଚାଳକ ମାନେ ଅଧିକ ବ୍ୟବସାୟ କରିବା ନେଇ ଆଶାବାଦୀ ଥିଲେ। କିନ୍ତୁ ‌େ‌ଷ୍ଟସନ କାର୍ଯ୍ୟକ୍ଷମ ହେବା ଦିନଠାରୁ ଏଠାରେ ଟ୍ରେନ ରହୁନାହଁି କିମ୍ବା ଯାତ୍ରୀ ମାନେ ମଧ୍ୟ ଆସୁ ନାହାନ୍ତି। ଏଠାରୁ ପୁନଶ୍ଚ ରେଳଚାଚଳ ସେବା କେବେଠାରୁ ସ୍ବାଭାବିକ ହେବ ସେ ନେଇ କୌଣସି ନିର୍ଦେଶ ଆସିନଥିବା ଷ୍ଟେସନ ମ୍ୟାନେଜର ଆର୍ଶିବାଦ ବେହେରା କହିଛନ୍ତି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories