www.samajalive.in
Friday, December 12, 2025
27.1 C
Bhubaneswar

ଡାକ୍ତରଙ୍କ ଡେପୁଟେସନ୍ ବାତିଲ ଦାବିରେ ଜିଲାପାଳଙ୍କୁ ଦାବିପତ୍ର 

ବାଉଁଶୁଣି: ବୌଦ୍ଧ ଜିଲା ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ବନାଥ ଶତପଥୀଙ୍କ ଡେପୁଟେସନ୍ ଆଦେଶ ବାତିଲ ଦାବିରେ ବୁଧବାର ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଡାକ୍ତର ଶତପଥୀ ଜଣେ ଉତ୍ତମ ବ୍ୟବହାରସମ୍ପନ୍ନ ଦକ୍ଷ ଡାକ୍ତର ହୋଇଥିବା ବେଳେ ସେ ୨୦୧୯ରୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି। ମାତ୍ର ବିଭିନ୍ନ ସମୟରେ କେବଳ ୬ ମାସ ବାଉଁଶୁଣୀଠାରେ କାର୍ଯ୍ୟ କରିଥିବା ବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଡେପୁଟେସନରେ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଥବା ଅଭିଯୋଗ କରିଛନ୍ତି। ତେଣୁ ଡାକ୍ତର ଶତପଥୀଙ୍କୁ ହିଁ ଅବସ୍ଥାପିତ କରାଯିବାକୁ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ଦୀର୍ଘ ୭ ବର୍ଷରୁ ଅଧିକ ସମୟ ଧରି ବାଉଁଶୁଣୀ ଡାକ୍ତରଖାନାରେ ଥିବା ମେଡିକାଲ ଅଧୀକ୍ଷକ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ତୁରନ୍ତ ବଦଳି ପାଇଁଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories