BJD Bijuli 480×75 Mob

ଗାଜା ଡାକ୍ତରଖାନାରେ ବିସ୍ଫୋରଣ ଘଟଣା – ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

BJD Bijuli 480×75 Mob

ଡେସ୍କ: ଗାଜାର ଏକ ଡାକ୍ତରଖାନାରେ ଘଟିଥିବା ବିସ୍ଫୋରଣରେ ମୃତକଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୂଚନା ମୁତାବକ, ଗାଜାର ଏକ ଡାକ୍ତରଖାନାରେ ଗତକାଲି ମିସାଇଲ ଆକ୍ରମଣ ହୋଇଥିଲା ଏବଂ ଏଥିପାଇଁ ଉଭୟ ହମାସ ଓ ଇସ୍ରାଏଲ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏହି ଘଟଣାରେ ନିହତ ହୋଇଥିବା ଲୋକଙ୍କ ପାଇଁ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଲୋକଲୋଚନକୁ ଆଣିବା ଉଚିତ।

ଗାଜାର ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଫୋନରେ କଥା ହୋଇଥିଲେ। ଏହି ଆକ୍ରମଣ ପରେ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଆମେରିକା ରାଷ୍ଟ୍ରପତିଙ୍କ ସହ ବୈଠକ ବାତିଲ କରିଦେଇଥିଲେ। ଜୋର୍ଡାନ ଏବଂ ଇଜିପ୍ଟର ନେତାମାନେ ମଧ୍ୟ ଆମେରିକାର ରାଷ୍ଟ୍ରପତିଙ୍କ ସହ ସେମାନଙ୍କର ବୈଠକ ବାତିଲ କରିଛନ୍ତି।

ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ନିନ୍ଦା କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗାଜା ସହରର ଅଲ-ଅହିଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ୨୦୦ରୁ ୩୦୦ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି।

Comments are closed.