www.samajalive.in
Saturday, December 6, 2025
16.1 C
Bhubaneswar

ତ୍ୱରିତ ରାଜପଥଠାରୁ ଅଣ୍ଟିଆ ରାସ୍ତା ୪ ପଞ୍ଚାୟତ ଲୋକଙ୍କ ଜୀବନରେଖା : ବିଧାୟକ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ପୁରୁଣା ବଉଳମାଳ ପଞ୍ଚାୟତ ଉପରଛକଠାରେ ପୁରୁଣା ବଉଳମାଳ-ଅଣ୍ଟିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ କହିଛନ୍ତି ତ୍ୱରିତ ରାଜପଥଠାରୁ ଅଣ୍ଟିଆ ପଚାୟତ ପର୍ଯ୍ୟନ୍ତ ୪କୋଟି ୨୪ଲକ୍ଷ ୬୧ ହଜାର ଟଙ୍କା ବିନିମୟରେ ହେବାକୁ ଯାଉଥିବା ରାସ୍ତାଟି ଅଣ୍ଟିଆ, କମାଗଡ, ପୁରୁଣା ବଉଳମାଳ ଓ ଜେନାପୁର ପଂଚାୟତର ଲୋକମାନଙ୍କର ଜୀବନରେଖା ଭଳି।

ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଲୋକ ନିଜର ଜୀବନ ଜିବିକା ପାଇଁ ପାହାଡ ପର୍ବତକୁ କାମ କରିବା ସହିତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଓ ଦୂରଦୁରାନ୍ତ ପାଇଁ ଯାତାୟତ କରୁଛନ୍ତି। ବହୁ ପୁରାତନ ରାସ୍ତାଟି ଅଣ ଓସାରିଆ ଓ ଠାଏ ଠାଏ ଭାଙ୍ଗି ଯାଇଥିବାରୁ ୭.୫କିମି ବ୍ୟାପି ଏହି ରାସ୍ତାର ଉନ୍ନତି ନିତ୍ୟାନ୍ତ ଅପରିହାର୍ଯ୍ୟ ହୋଇପଡିଥିଲା। ଯାହାର ପୁର୍ଣ୍ଣାଙ୍ଗ କାର୍ଯ୍ୟ କରିବା ସହିତ ଓସାରିଆ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ କାମ ପାଇଁ ଧାର୍ଯ୍ୟ ପରିମାଣର ଅର୍ଥ ବ୍ୟୟ ବରାଦ କରାଯାଇଛି। ବିଭାଗ ଏହି କାର୍ଯ୍ୟ ଖୁବ ଶିଘ୍ର ସେଷ କରିବାକୁ ଚେଷ୍ଠା କରିବ ବୋଲି ସହକାରୀ ଯନ୍ତ୍ରୀ ସୌମ୍ୟ ରଂଜନ ଦ୍ୱିବେଦୀ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତାରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ୧୨ନଂ ଜୋନର ଜିଲାପରିଷଦ ସଦସ୍ୟା ପ୍ରଣତି ଲେଙ୍କା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଦୁଃଶାସନ ସାହୁ, ବିଧାୟକ ପ୍ରତିନିଧି ନିର୍ମଳ ପ୍ରଧାନ, ପୁରୁଣା ବଉଳମାଳ ସରପଂଚ ରେଖାଲତା ସାହୁ ସମିତି ସଭ୍ୟା ସୁଜାତା ରାଉତ, ଗନ୍ଧର୍ବ ପରିଡା, ଯୁବ ବିଜେଡି ସଭାପତି କ୍ଷିତିଶ କୁମାର ନାୟକ, ଜିଲା ଯୁବ ବିଜେଡି ଉପସଭାପତି ସୁବ୍ରତ ଧଳ, ପୂର୍ଣ୍ଣଚନ୍ଦ୍ର ରାଉତ, ଯୁବ ସଙ୍ଗଠକ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୋଭିଡ ନିୟକୁ ପାଳନକରାଯାଇ ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ବିଧାୟକ ପ୍ରତିନିଧି ନିର୍ମଳ ପ୍ରଧାନ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories