www.samajalive.in
Saturday, December 6, 2025
15.1 C
Bhubaneswar

ରଜ ପର୍ବର ବିଶେଷ ମହତ୍ୱ

ଆନନ୍ଦ ଉଲ୍ଲାସର ପସରା ନେଇ ଆସିଛି ରଜ। ୩ ଦିନ ଧରି ହସଖୁସି ଓ ମଉଜର ଏହା ଓଡ଼ିଶାର ପାରମ୍ପରିକ ଗଣ ପର୍ବ। ୩ଦିନ ଧରି କୁଆଁରୀ କନ୍ୟା , ଘରର ନାରୀମାନେ ଯୁବକ, ଛୋଟ ପିଲାମାନେ ଖୁବ ମଜା ମଜଲିସ କରି ଏହାକୁ ପାଳି ଥାଆନ୍ତି। ନୂତନ ପୋଷାକ ସହ ପିଠାପଣାର ଆସର ମନର ଖୁସିର ଲହରି ଖେଳାଦେଇଥାଏ। ତେବେ ୩ ଦିନ ଧରି ପାଳନ ହେଉଥିବା ଏହି ପର୍ବର ଶେଷ ଦିନ ହେଉଛି ଭୂମି ଦହନ ବା ବସୁମତୀ ସ୍ନାନ। ରଜର ମୁଖ୍ୟ ଯର୍ଥାତ ଅନୁଯାୟୀ ମାଟି ମା’ ରଜବତୀ ହେବେ।
ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ପୃଥିବୀ ମା’କୁ ମାତା ଭାବେ ବିବେଚନା କରାଯାଇ ବର୍ଷାର ଆଗମନରେ ସେ ରଜସ୍ୱଳା ହୋଇଥାଆନ୍ତି। ଏହାପରେ ନୂତନ ଶସ୍ୟ ଉତ୍ପନ ହୋଇଥାଏ। ତେଣୁ ଏହି ତିନି ଦିନ ଚାଷୀମାନେ ହଳଲଙ୍ଗଳ ବ୍ୟବହାର ନକରି ଚାଷ କାର୍ଯ୍ୟରୁ ତିନିଦିନ ପାଇଁ ବିରତି ନେଇଥାଆନ୍ତି। ଆମ ଦେଶ କୃଷି ପ୍ରଧାନ ଦେଶ। ମାଟି ମା’ ବହୁ ପ୍ରକାରର ଫସଲ ଆମ ହାତେ ଅଜାଡ଼ି ଦେଇଥାଆନ୍ତି।
ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories