କ୍ଷୟକ୍ଷତିର ଆକଳନକୁ ନେଇ ତତ୍ପର ପ୍ରଶାସନ

ବାସୁଦେବପୁର : ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ପ୍ରଶାସନ ତତ୍ପରତା ସହକାରେ କ୍ଷୟକ୍ଷତିର ଆକଳନ କରିବାରେ ଲାଗିପଡିଛି । ବାତ୍ୟାକୁ ମୁକାବିଲା କରିବାରେ ସଫଳ ହୋଇଛି ପ୍ରଶାସନ । ଏଯାବତ ଧନଜୀବନହାନୀର ସୂଚନା ମିଳିନଥିବା ବେଳେ ଲ୍ୟାଣ୍ଡଫଲ ସମୟର ତାଣ୍ଡବରେ ରାସ୍ତା ଓ ଘର ଉପରେ ପଡିଥିବା ବିଶାଳାୟ ବୄକ୍ଷଗୁଡିକ କାଟି ସଫା କରିବାରେ ଏନଡିଆରଏଫ ଟିମ ଲାଗିପଡିଛନ୍ତି । ଯେଉଁ ଘରଗୁଡିକ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି, ଖବର ମିଳିଲେ ତହସିଲ ପ୍ରଶାସନ ପକ୍ଷରୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯିବ ବୋଲି ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି।

Comments are closed.