www.samajalive.in
Sunday, December 7, 2025
26.1 C
Bhubaneswar

ଏମବିକେଙ୍କ ନାଁରେ ଥାନାରେ ଅଭିଯୋଗ

ବାସୁଦେବପୁର: ଏମବିକେଙ୍କ ଧକ୍କା ମାରିବାକୁ ନେଇ ଥାନାରେ ଅଭିଯୋଗ ଆଣିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ବାସୁଦେବପୁର ପଞ୍ଚାୟତ ସମିତି ଅଧିନ କଷିଆ ସାମୁଦ୍ରିକ ଥାନା ଅଧିନ ବିନୋବାଭାବେ ନଗର ପଞ୍ଚାୟତର ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବାବାକାମେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜମାଖାତାକୁ ଶାଢି କିଣିବା ପାଇଁ ଟଙ୍କା ଆସିଥିଲା। ଉକ୍ତ ଗୋଷ୍ଠୀ ସଦସ୍ୟାଙ୍କୁ ଶାଢି କିଣିଦେବେ ବୋଲି ଏମବିକେ ପୁଷ୍ପଲତା ଖଟୁଆ ପରାମର୍ଶ ଦେଇଥିଲେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରହଣ କରିନଥିଲେ। ନିଜ ଶାଢି ନିଜେ କିଣିବା କାରଣରୁ ବିବାଦ ଦେଖାଦେଇଥିଲା। ଯାହାକୁ ନେଇ ଚଳିତ ମାସ ୧୬ ତାରିଖରେ ପଞ୍ଚାୟତରେ ହୋଇଥିବା ସମାବେଶକୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧକ୍କାମାରି କାଢିଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ବିପିଏମ ବୀଣାପାଣି ପଣ୍ଡା କୁହନ୍ତି, ଏହି ଘଟଣାକୁ ନେଇ ମାମଲା ଏବେ ଥାନାରେ ପହଞ୍ଚିଛି। ତଦନ୍ତରେ ସବୁକିଛି ସ୍ପଷ୍ଟ ହୋଇଯିବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories