www.samajalive.in
Saturday, December 6, 2025
26.1 C
Bhubaneswar

ରବର୍ଟ ହାଇସ୍କୁଲରେ ପାଠକୀୟ ଅଭିଯାନ

ବାସୁଦେବପୁର : ଅରଣ୍ଡୁଆ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଥିବା ରବର୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଲୋକନାଥ ପାଠାଗାର ପକ୍ଷରୁ ଭ୍ରାମ୍ୟମାଣ ପାଠକୀୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଇଚଢ଼େଇ ସାହିତ୍ୟ ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ଵରେ ଆସ ମୋବାଇଲ୍ ଛାଡିବା ଭଲ ବହି ପଢ଼ିବା ସମ୍ପର୍କରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ସେବାନିବୃତ ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବ ସଭାପତି କରୁଣାକର ପଣ୍ଡା, ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ବାରିକ ଓ ସହକାରୀ ଶିକ୍ଷକ ପଣ୍ଡିତ ଭଗବାନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ପାଠ ପଢ଼ିବା ସହିତ ଅବସର ସମୟରେ ମୋବାଇଲ୍ ର ବ୍ୟବହାର କମ୍ କରି ଭଲ ବହି ଖଣ୍ଡିଏ ଧରି ବସି ପଢିବା ପାଇଁ ମାର୍ଗଦର୍ଶନ କରାଇଥିଲେ ।
ଏହି ଅବସରରେ ସଂଗ୍ରାହକ ବିକାଶ କୁମାର ଶତପଥୀ ବିଦ୍ୟାଳୟ ପିଲାମାନଙ୍କୁ ଦୁର୍ଲ୍ଲଭ ତାଳପତ୍ର ପୋଥୀ, ଦେଶ ବିଦେଶର ମୁଦ୍ରା, ପୁରୁଣା ଡାକ ଟିକେଟ ଓ ଆହୁରି କିଛି ପୁରୁଣା ଜିନିଷ ପିଲାମାନଙ୍କୁ ଦେଖାଇ ଆମ ପ୍ରାଚୀନ ସଂସ୍କୃତିର ଅମର ଗାଥା ବଖାଣିଥିଲେ। ୯୨ଜଣ ଛାତ୍ରଛାତ୍ରୀଙ୍କୁ ପାଠାଗାର ପକ୍ଷରୁ ପୁରାଣ କଥା, ବିଜ୍ଞାନ କାହାଣୀ, ସାଧରଣଜ୍ଞାନ, ମନଛୁଆଁ କାହାଣୀ, ବଡମଣିଷଙ୍କ କଥା ଆଦି ପୁସ୍ତକ ନିଃଶୁଳ୍କ ଭାବେ ପଢିବାକୁ ଦିଆଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ସହଯୋଗ କରିବା ସହିତ ବାଇଚଢ଼େଇ ପରିବାର ପକ୍ଷରୁ ଏଭଳି ଭ୍ରାମ୍ୟମାଣ ପାଠକୀୟ ଅଭିଯାନ ଚଳାଇଥିବା କର୍ମକର୍ତ୍ତାମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।

ଅପରାହ୍ଣ ୪ଟା ମୁଖ୍ୟ ଖବର

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories