ବାସୁଦେବପୁର : ଦେଶର ଆତ୍ମା ଗାଁରେ ରହିଛି। ଏଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତ ରାଜକୁ ଗୁରୁତ୍ୱ ଦିଆଯାଇ ପଲ୍ଲିସଭା ଓ ଗ୍ରାମସଭା ଜରିଆରେ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ବାର୍ଷିକ ଖସଡା ପ୍ରସ୍ତୁତ କରାଯାଇଥାଏ। ମାତ୍ର ଗ୍ରାମସଭାକୁ ବେଖାତିର କରି ସରପଞ୍ଚଙ୍କ ଅଗୋଚରରେ ବାର୍ଷିକ ଅତିରିକ୍ତ ଖସଡାରେ ପ୍ରକଳ୍ପ ମଞ୍ଜୁରୀକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏମିତି ଘଟଣା ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବିନୋବା ଭାବେ ନଗରର ବୋଲି ଅଭିଯୋଗରୁ ଜଣାପଡିଛି । ଜିଲା ପ୍ରଶାସନର ମଞ୍ଜୁରୀ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ଗ୍ରାମସଭା ପଠାଇଥିବା ଅତିରିକ୍ତ ପ୍ରକଳ୍ପ ଗୁଡିକରେ କେତେକ ବ୍ୟତିକ୍ରମ ଦେଖାଦେଇଛି । ଏହା କିପରି ସମ୍ଭବ ହୋଇପାରିଛି ବୋଲି ବିନୋବା ଭାବେ ନଗର ସରପଞ୍ଚ ଆଦିତ୍ୟ ଗିରି କ୍ଷୋଭର ସହ ପ୍ରକାଶ କରିଛନ୍ତି।



