www.samajalive.in
Saturday, December 6, 2025
16.1 C
Bhubaneswar

ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

ବରପାଲି : ବରପାଲି ବ୍ଲକ ବାରଙ୍ଗପାଲିରେ ବୁଧବାର ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜମିର  ହିଡ଼ ସଫେଇ ପାଇଁ ଯାଇଥିବା ସମୟରେ ସାପ କାମୁଡିଥିବା ଜଣାପଡ଼ିଛି । ମୃତ ଯୁବକ ଜଣଙ୍କ ହେଲେ ମଧୁ ପଧାନ ।

ସୂଚନା ଅନୁଯାୟୀ, ଆଜି ବୁଧବା ପୁର୍ବାହ୍ନରେ ମଧୁ  ନିଜ ଜମିର ପହ୍ଲାଘାରି ହିଡ଼ ସଫେଇ ପାଇଁ ଯାଇଥିଲେ । ଆଡ଼ି ସଫାକାର୍ଯ୍ୟ ସମାପନ ପରେ ନିକଟସ୍ଥ ଧାନଖଳାକୁ କୋଡ଼ି ତଥା ଅନ୍ୟ ସାମଗ୍ରୀ ମାନ ରଖିବାକୁ ଆସୁଥିଲେ । ଅନାବନା ବାଟଦେଇ ଆସୁଥିବା ବେଳେ ଅଚାନକ ପଛପଟରୁ ଏକ ନାଗସାପ ତାଙ୍କର ବାଁ ଗୋଡ଼ରେ ଆଘାତ ଦେଇଥିଲା । ପରେ ମଧୁ ଘରକୁ ଫେରିବା ସହିତ ସମ୍ପର୍କିୟ ମାନଙ୍କୁ ସାପକାମୁଡ଼ା ସମ୍ବନ୍ଧରେ କହିବା ସହିତ ତାଙ୍କ ଆହାତ ଗୋଡ଼କୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ। ପରେ ବନ୍ଧୁବାନ୍ଧବଙ୍କ ସହାୟତାରେ ସ୍ଥାନୀୟ ଡ଼ାକ୍ତରଖାନାକୁ ଅଣାଯିବା ସହିତ ଡ଼ାକ୍ତରଙ୍କ ଦ୍ୱାରା ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଜଣାପଡ଼ିବାରୁ ଡ଼ାକ୍ତରଙ୍କ ପରାମର୍ଶରେ ବରଗଡ଼ ଖେଦାପାଲି ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତର ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ମୃତ ବୋଲି ପରିବାର ଲୋକଙ୍କୁ ଘୋଷଣା କରିଥିଲେ । ପରେ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଲା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବବ୍ୟବଚ୍ଛ୍ୟଦ ନିମନ୍ତେ ପଠାଇଥିଲା । ମଧୁଙ୍କ ପାରିବାରିକ ସ୍ଥିତି ଭଲ ନ ଥିବାବେଳେ ଏକା ଘରର ମୁରବି ଭାବରେ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତ୍ତମାନ ତାଙ୍କର ପତ୍ନୀ ଓ ଦୁଇଟି କୁନିକୁନି ଝିଅଙ୍କ ସହ ବୁଢ଼ାବାପ ଟିଏ ତାଙ୍କରି ଭରସାରେ ରହୁଥିଲେ । ମଧୁ ନିଜ ଚାଷକାମ କରିବା ସହିତ ପଥର ଶ୍ରମିକ ଭାବରେ ମଧ୍ୟ ମଜୁରିଆ କାମ କରୁଥିଲେ। ମୃତ୍ୟୁ ସମାଚାର ଗାଁରେ ଜଣାପଡ଼ିଲା ପରେ ଏକ ଶୋକର ମାହୋଲ ଅଚଂଳରେ ଖେଳିଯାଇଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories