ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ

ଆଠଗଡ : ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ବିଶ୍ବନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ଓ ଇଂରାଜୀ ପୁସ୍ତକ ବଣ୍ଟନ କରାଯାଇଛି । ମଞ୍ଚର ପ୍ରତିଷ୍ଠାତା ସଭାପତି ମାନସ ରଞ୍ଜନ ବସ୍ତିଆ ଏଥିରେ ଯୋଗଦେଇ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ଓ ଛବିଳ ଇଂରାଜୀ ଶିକ୍ଷା ପୁସ୍ତକ ବଣ୍ଟନ କରିଥିଲେ। ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନାନନ୍ଦ ଦାସ ଓ ଶିକ୍ଷକ ଶଶିଧର ମହାରଣା ଉପସ୍ଥିତ ରହିବା ସହିତ ବିକାଶ ମଞ୍ଚର ଏପରି ଜନହିତକର କାର୍ଯ୍ୟ ପାଇଁ ସଭାପତି ବସ୍ତିଆଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

Comments are closed.