www.samajalive.in
Saturday, December 6, 2025
17.1 C
Bhubaneswar

‘ପ୍ରତିଟି ଗଛକୁ ସୁରକ୍ଷା ଯୋଗାଇବା ଆମର କର୍ତ୍ତବ୍ୟ’

ବରପାଲି: ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ଡ଼ିଗ୍ରୀ ମହାବିଦ୍ୟାଳୟ ତପସ୍ୱ୍ୱିନୀ ବିହାର ପରିସରରେ ଉନ୍ନତ ଭାରତ, ରେଡ଼କ୍ରସ ଓ ଏନଏସଏସ ବିଭାଗ ମିଳିତ ଉଦ୍ୟମରେ ·ରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ନେତୃତ୍ବରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା। ମହାବିଦ୍ୟାଳୟ ଏନଏସଏସ ପ୍ରକଳ୍ପ ଅଧିକାରୀ ଅଧ୍ୟାପକ ସୁନିଲ କୁମାର ନନ୍ଦଙ୍କ ସଂଯୋଜନାରେ ମହାବିଦ୍ୟାଳୟ ସଭାଗୃହରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ତଥା ପ୍ରକୃତିପ୍ରେମି ଅର୍ନ୍ତଯାମୀ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅଧ୍ୟାପକ ନିତେଶ ତାଣ୍ଡି, ସାଗର ପଧାନ, ଅଙ୍କିତା ବାବୁ, ନିଳିମା ନାୟକ, ଜୟଲକ୍ଷ୍ମୀ ସାହୁ, ପିଙ୍କି ବାରିକ, ଜ୍ୟୋତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

 

- Advertisement -

ପରିଚାଳନାରେ ଶଶାଙ୍କ ଶେଖର ପଧାନ, ପ୍ରଦିପ କୁମାର ମିଶ୍ର, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର, ଆନନ୍ଦ ବେହେରା ସହଯୋଗ କରିଥିଲେ। ମୁଖ୍ୟଅତିଥି ଅର୍ନ୍ତଯାମୀ ପଣ୍ଡା ଚାରା ରୋପଣ ସହ ଗଛଗୁଡ଼ିକର ଲାଳନ ପାଳନ ସମ୍ପର୍କରେ ଆମ ମାନଙ୍କୁ ପ୍ରଥମେ ସଚେତନ ହେବାକୁ ପଡ଼ିବ ଏବଂ ବ୍ୟକ୍ତିଗତ ଭାବରେ ସମସ୍ତଙ୍କର ଏକକ ଚିନ୍ତାଧାରା ରହିବା କଥା ବୋଲି ମତପୋଷଣ କରିଥିଲେ। ସେହିପରି ଅତିଥି ମାନେ ବର୍ତ୍ତମାନ ପରିବେଶର ମଳିନତା ଓ ବିଭିନ୍ନ ରୋଗ ବୈରାଗ୍ୟର ମୁଖ୍ୟକାରଣ ହେଉଛି ବୃକ୍ଷର ବିନାଶ ରୂପି ମଣିଷକୃତ କାର୍ଯ୍ୟକଳାପ। ପ୍ରତିଟି ଗଛକୁ ସୁରକ୍ଷା ଯୋଗାଇବା ସହିତ ଆମ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ରହିବା କଥା ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଅର୍ନ୍ତଯାମୀ ପଣ୍ଡା ପରିବେଶକୁୁ ସବୁଜ ସୌନ୍ଦର୍ଯ୍ୟ ରୂପରେ ସଜାଇବା ଆମ ସମସ୍ତଙ୍କର ମୁଖ୍ୟ କର୍ତ୍ତବ୍ୟ ଓ ଆମେ ସମସ୍ତଙ୍କର ଦୃଢ଼ସଙ୍କଳ୍ପିତ ମନୋଭାବ ରହିବା ଉଚିତ ବୋଲି ବୁଝାଇଥିଲେ। ଅଧ୍ୟାପକ ଜତିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories